ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ୍

ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ପ୍ରଥମ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ ନିଯୁକ୍ତି କରିଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସହ ଏକ ଫଟୋ ସେୟାର କରିଥିଲେ ।

ଦୀପିକାଙ୍କ ସ୍ବାମୀ ରଣବୀର କମେଣ୍ଟରେ ଲେଖିଛନ୍ତି ମୁଁ ମୋ ସ୍ତ୍ରୀକୁ ନେଇ ବହୁତ ଗର୍ବ ଅନୁଭବ କରୁଛି । କ୍ୟାପସନରେ ଦୀପିକା ଲେଖିଛନ୍ତି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସରେ ମତେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପାରିବାରିକ କଲ୍ୟାଣ ମନ୍ତ୍ରାଳୟର ପ୍ରଥମ ମାନସିକ ସ୍ୱାସ୍ଥ୍ୟ ଦିବସରେ ପ୍ରଥମ ମାନସିକ ରାଷ୍ଟ୍ର ଦୂତ ଭାବରେ ନିଯୁକ୍ତ ହୋଇଥିବାରୁ ସେ ବହୁତ ଗର୍ବିତ ବୋଲି ଲେଖିଛନ୍ତି ।

Deepika Padukone

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଆମର ଦେଶରେ ମାନସିକ ସ୍ୱାସ୍ଥ୍ୟକୁ ସାର୍ବଜନୀନ ସ୍ୱାସ୍ଥ୍ୟରେ କେନ୍ଦ୍ରରେ ରଖିବା ପାଇଁ ଅର୍ଥପୁର୍ଣ୍ଣ ପଦକ୍ଷେପ ନେଇଛି । ସେ କହିଛନ୍ତି ମୋର ଭ୍ରମଣ ଏବଂ ପଛରେ ବିତି ଯାଇଥିବା ଏକ ସମୟରେ ମୁଁ ମଧ୍ୟ ଅନେକ କାମ କରିଛି । ମୁଁ ଦେଖିଛି ଯେତେବେଳେ ଆମେ ଏକ ମାନସିକ ଭାବରେ ଏକ ସୁସ୍ଥ ଭାରତ ଗଠନ ପାଇଁ କାମ କରୁ ସେତେବେଳେ ସବୁ କିଛି ସମ୍ଭବ ହୋଇଥାଏ । ମୁଁ ଭାରତର ମାନସିକ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ମାର୍ଗ ଦର୍ଶନରେ କାମ କରିବା ପାଇଁ ଆଗ୍ରହୀ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+