Get Updates
Get notified of breaking news, exclusive insights, and must-see stories!

ଡିପ୍ ଫେକ୍‌ ଭିଡିଓ: ସୋସିଆଲ ମିଡିଆକୁ ୭ ଦିନର ସମୟ ଦେଲେ ଆଇଟି ମନ୍ତ୍ରୀ

ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୁରକ୍ଷିତ ଓ ବିଶ୍ୱସନୀୟ ଇଣ୍ଟରନେଟ୍ ତଥା ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଡିଜିଟାଲ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ ହେବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଅବିକଳ ନକଲ ବା ଡିପ୍ ଫେକ୍ ବିପଦ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବେଗ ପ୍ରକାଶ କରିବା ପରେ ସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନେ ସେମାନଙ୍କ ସାର୍ବଜନୀନ ନିର୍ଦ୍ଦେଶାବଳୀକୁ ଆଇଟି ନିୟମ ସହିତ ଯୋଡ଼ିବାକୁ ରାଜି ହୋଇଛନ୍ତି।

ବିଶେଷ କରି 11 ପ୍ରକାରର ବିଷୟବସ୍ତୁ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଡିପ୍‌ଫେକ୍ ସମେତ ଉପଭୋକ୍ତାଙ୍କ କ୍ଷତି ଘଟାଇବା ଭଳି ବିଷୟବସ୍ତୁ ରହିଛି । ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ନିୟମାବଳୀ ସୀମା ମଧ୍ୟରେ ଡିପ୍‌ ଫେକ୍‌ ଜନିତ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥିମାନଙ୍କ ଏକ ସାମୂହିକ ପ୍ରତିବଦ୍ଧତା ରହିଛି ଏବଂ ଏହାକୁ ସେମାନେ ପାଳନ କରିବାକୁ ସହମତ ହୋଇଛନ୍ତି ।

 iT minister

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆମେ ନୂତନ ଆଇନ ଏବଂ ନିୟମ ବିଷୟରେ ଆଲୋଚନା କରିବା ସତ୍ତ୍ୱେ, ବର୍ତ୍ତମାନର ଆଇନ ଏବଂ ନିୟମଗୁଡିକ ଉପରେ ସେମାନେ ଡିପଫେକ୍ ର ନିର୍ଣ୍ଣାୟକ ମୁକାବିଲା କରିବାର ବ୍ୟବସ୍ଥା କରିଥିବା ନେଇସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥି ମାନେ ଏକମତ ହୋଇଛନ୍ତି । ସେମାନେ ଆହୁରି କେତେକ ଦିଗକୁ ନେଇ ସହମତ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଆଇଟି ନିୟମରେ ନିର୍ଦ୍ଧାରିତ ଭାବେ ନିଷେଧ କରାଯାଇଥିବା ୧୧ ପ୍ରକାର ବିଷୟବସ୍ତୁ ଠାରୁ ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବରେ ବାରଣ କରାଯିବ । ଉପଭୋକ୍ତାଙ୍କ ସହ ହୋଇଥିବା ସମସ୍ତ ସର୍ତ୍ତାବଳୀ ଓ ମତ ଏବଂ ଚୁକ୍ତିଗୁଡିକରେ ଏଥିପାଇଁ ବ୍ୟବସ୍ଥା କରିବାକୁ ପ୍ଲାଟଫର୍ମଗୁଡ଼ିକ ରାଜି ହୋଇଛନ୍ତିବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଇଣ୍ଟରନେଟ୍ ପାଇଁ ଡିପ୍ ଫେକ୍ ଏବଂ ଏହା ପ୍ରତିନିଧିତ୍ୱ କରୁଥିବା ବିପଦ ଏବଂ ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିସାରିଛନ୍ତି । ମଧ୍ୟସ୍ଥମାନଙ୍କ ଦ୍ୱାରା ଆଇନ ଉଲ୍ଲଂଘନ ବିଷୟରେ ରିପୋର୍ଟ କରିବା ପାଇଁ ଖୁବ୍ ଶୀଘ୍ର ନିୟମ ୭ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଏବଂ ଡିଜିଟାଲ ନାଗରିକଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ରହିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି। ଡିଜିଟାଲ ନାଗରିକମାନଙ୍କ ନିକଟରେ ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଇଣ୍ଟରନେଟ୍ ଅଧିକାର ରହିଛି ଏବଂ ମଧ୍ୟସ୍ଥିମାନେ ଏହା ପ୍ରଦାନ କରିବା ପାଇଁ ଉତ୍ତରଦାୟୀ ।

ଅଭିଯୋଗ ସମାଧାନ ବ୍ୟବସ୍ଥାର ଅଗ୍ରଗତିକୁ ସ୍ୱୀକାର କରି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଡିପ୍ ଫେକ୍ ଏବଂ ଭୁଲ ସୂଚନା ଭଳି ଆହ୍ୱାନର ମୁକାବିଲା ପାଇଁ ମଧ୍ୟସ୍ଥମାନଙ୍କ ସହ ନିରନ୍ତର ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ ।

ସରକାର ଏବଂ ପ୍ଲାଟଫର୍ମ ଗୁଡ଼ିକର ଭାଗିଦାରୀରେ ଆମେ ଅଭିଯୋଗ ସମାଧାନ ଦିଗରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛୁ । ଏହା ସକ୍ରିୟ ଭାବରେ କରିଥିବାରୁ ମୁଁ ମଧ୍ୟସ୍ଥମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷ କରି ଭୁଲ ସୂଚନା, ବେଆଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଓ ଜାଲିଆତି ଋଣ ଆପ୍ ର ବିଜ୍ଞାପନ କ୍ଷେତ୍ରରେ ଆହୁରି ଅନେକ କିଛି କରିବାର ଅଛି । ଏହା ଅନଲାଇନରେ ନିରାପତ୍ତା ଏବଂ ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+