Deendayal Antyodaya Yojana: ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଏକ ରୂପରେଖ

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ହେଉଛି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକ ପ୍ରମୁଖ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ।

ଏହା ଗରିବ ପରିବାରଗୁଡ଼ିକୁ ଲାଭଦାୟକ ଆତ୍ମନିଯୁକ୍ତି ଏବଂ ଦକ୍ଷ ମଜୁରି ନିଯୁକ୍ତି ସୁଯୋଗ ପାଇବାକୁ ସକ୍ଷମ କରି ଦାରିଦ୍ର୍ୟ ହ୍ରାସ କରିବା ପାଇଁ କାର୍ଯ୍ୟକାରୀ କରାଯାଉଛି ଯାହା ଫଳରେ ଗରିବ ଲୋକଙ୍କ ପାଇଁ ସ୍ଥାୟୀ ଏବଂ ବିବିଧ ଜୀବିକା ବିକଳ୍ପ ସୃଷ୍ଟି କରାଯାଇପାରିବ। ଡିଏୱାଇ-ଏନଆରଏଲଏମ ଗ୍ରାମୀଣ ଗରିବ ପରିବାରଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ରେ ସାମିଲ କରିବା ସହ ସେମାନଙ୍କୁ ଆର୍ଥିକ କାର୍ଯ୍ୟକଳାପ ପାଇଁ ନିରନ୍ତର ପ୍ରୋତ୍ସାହିତ ଓ ସମର୍ଥନ କରୁଛି। ଏହାଦ୍ୱାରା ସେମାନେ ଦାରିଦ୍ର୍ୟରୁ ମୁକ୍ତ ହେବା ସହିତ ନିଜର ଆୟ ବୃଦ୍ଧି କରିପାରୁଛନ୍ତି ।

Deendayal Antyodaya Yojana- National Rural Livelihoods Mission

ଉଦାହରଣ ସ୍ୱରୂପ ଡିଏୱାଇ-ଏନଆରଏଲଏମ ଠାରୁ ଋଣ ସହାୟତା ପାଇ ମେଘାଳୟର ହିନିଦାମଙ୍କୀ କନାଇ ଗୋଲାପ, ଘିକୁଆଁରୀ, ଲେମ୍ବୁ, ଲେମନ ଗ୍ରାସ ଆଦି ପ୍ରାକୃତିକ ସାମଗ୍ରୀରୁ ସାବୁନ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଡିଏୱାଇ-ଏନଆରଏଲଏମ ଯୋଜନାକୁ 2016ରେ ଏକ ସଂଶୋଧିତ ଯୋଜନା ରୂପେ ଶୁଭାରମ୍ଭ କରାଯାଇଥିଲା। କେନ୍ଦ୍ର ପ୍ରାୟୋଜିତ ଏହି ଯୋଜନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ଗରିବଙ୍କ ଜୀବିକାରେ ସୁଧାର ଆଣିବା ଲାଗି ବର୍ତ୍ତମାନ ଏହା ବିଶ୍ୱର ସବୁଠୁ ବଡ଼ କାର୍ଯ୍ୟକ୍ରମ ପାଲଟିଛି। ଏହା ଗରିବ ମହିଳାମାନଙ୍କୁ ନେଇ ସ୍ୱାବଲମ୍ବୀ ଓ ଆର୍ଥିକ ରୂପେ ଦୀର୍ଘସ୍ଥାୟୀ ଗୋଷ୍ଠୀ ପ୍ରତିଷ୍ଠାନ ମାଧ୍ୟମରେ ସାମାଜିକ ଏକତ୍ରିକରଣକୁ ପ୍ରୋତ୍ସାହନ ଦେଉଛି। ଏଥିସହିତ ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ଦୀର୍ଘସ୍ଥାୟୀ ଜୀବିକା, ସାମାଜିକ ବିକାଶକୁ ପ୍ରୋତ୍ସାହିତ କରୁଛି।

ଡିଏୱାଇ-ଏନଆରଏଲଏମ ଗରିବ, ବିଶେଷକରି ମହିଳାମାନଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଭଳି ଦୃଢ଼ ପ୍ରତିଷ୍ଠାନ ଗଠନ କରିବାକୁ ଏବଂ ଏହି ପ୍ରତିଷ୍ଠାନଗୁଡ଼ିକୁ ବିଭିନ୍ନ ଆର୍ଥିକ ସେବା ଏବଂ ଜୀବିକା ପାଇବାକୁ ସକ୍ଷମ କରିବାକୁ ପ୍ରୋତ୍ସାହିତ କରେ। ଏହି ସଂସ୍ଥାଗୁଡ଼ିକ ସେମାନଙ୍କୁ ସେମାନଙ୍କର ଜୀବିକାକୁ ବିବିଧ କରିବା, ଆୟ ବୃଦ୍ଧି କରିବା ଏବଂ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଦୀର୍ଘକାଳୀନ ସହାୟତା ପ୍ରଦାନ କରନ୍ତି। ମିଶନର ଅଧିକାଂଶ ହସ୍ତକ୍ଷେପ ଏସଏଚଜି ମହିଳାମାନେ ନିଜେ କାର୍ଯ୍ୟକାରୀ କରୁଛନ୍ତି ଏବଂ ବୃଦ୍ଧି କରୁଛନ୍ତି ଯେଉଁମାନଙ୍କୁ ସମ୍ପ୍ରଦାୟ ସମ୍ବଳ ବ୍ୟକ୍ତି (ସିଆରପି) ଯଥା କୃଷି ସଖୀ, ପଶୁ ସଖୀ, ବ୍ୟାଙ୍କ ସଖୀ, ବୀମା ସଖୀ, ବ୍ୟାଙ୍କିଂ କରେସପଣ୍ଡେଣ୍ଟ ସଖୀ, ଇତ୍ୟାଦି ଭାବେ ତାଲିମ ଦିଆଯାଇଛି। ଏହି ଯୋଜନା ଆନୁଷ୍ଠାନିକ ଋଣ, ଜୀବିକା ସୁଦୃଢ଼ିକରଣ, ହକ୍‌ ଏବଂ ସାର୍ବଜନୀନ ସେବା ଉପଲବ୍ଧତା ଲାଗି ସୁବିଧା ଦେଇଥାଏ।

ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ 11 ଲକ୍ଷ କୋଟି ଟଙ୍କାର ଆନୁଷ୍ଠାନିକ ଋଣ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି 98 ପ୍ରତିଶତ ଋଣଗ୍ରହିତା ଋଣ ପରିଶୋଧ କରିଛନ୍ତି। ଡିଏୱାଇ-ଏନଆରଏଲଏମ 'ମହିଳା କିଷାନ' ଭାବେ 4.62 କୋଟି ମହିଳା ଚାଷୀଙ୍କୁ ପ୍ରୋତ୍ସାହିତ କରିଛି। ସେହିପରି 3.5 ଲକ୍ଷ ପଶୁସଖୀ ଓ କୃଷିସଖୀଙ୍କୁ ପ୍ରୋତ୍ସାହନ ଦିଆଯାଇଛି। ଷ୍ଟାର୍ଟଅପ୍‌ ଗ୍ରାମ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ 282 ଲକ୍ଷ ବ୍ଲକରେ 3.74 ଲକ୍ଷ ଉଦ୍ୟୋଗକୁ ସମର୍ଥନ ଯୋଗାଇ ଦିଆଯାଇଛି।

ଡିଏୱାଇ-ଏନଆରଏଲଏମ 28ଟି ରାଜ୍ୟ ଏବଂ 6ଟି କେନ୍ଦ୍ରଶାସିତ ପ୍ରଦେଶର 10.05 କୋଟି ଗ୍ରାମୀଣ ମହିଳା ପରିବାରକୁ 90.90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରିଛି। 6 ହଜାରରୁ ଅଧିକ କୃଷି କ୍ଲଷ୍ଟର ବିକଶିତ କରାଯାଇଛି। 1.95 ଲକ୍ଷ ଉତ୍ପାଦକ ଗୋଷ୍ଠୀ ଦ୍ୱାରା 50 ଲକ୍ଷ ଗ୍ରାମୀଣ ମହିଳା ଲାଭ ପାଇଛନ୍ତି। ଏସଏଚଜିଗୁଡ଼ିକୁ ସହଜ ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କଗୁଡ଼ିକ ଦ୍ୱାରା 47,952 ବ୍ୟାଙ୍କ ସଖୀ ନିୟୋଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) 15ରୁ 35 ବର୍ଷ ବୟସର ଗ୍ରାମୀଣ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିଥାଏ। ଏବେ ସୁଦ୍ଧା ଏହି ଯୋଜନା ଅଧୀନରେ 17.5 ଲକ୍ଷ ଗ୍ରାମୀଣ ଯୁବବବର୍ଗଙ୍କୁ ତାଲିମ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ମୋଟ 11.48 ଲକ୍ଷ ନିଯୁକ୍ତି ପାଇଛନ୍ତି। ସେହିପରି ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଜରିଆରେ 18ରୁ 50 ବର୍ଷ ବୟସର ଲୋକମାନଙ୍କୁ ଉଦ୍ୟୋଗ ବିକାଶ ତାଲିମ ଏବଂ ନିଯୁକ୍ତି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଜୁନ 2025ରେ ଏହାର ଶୁଭାରମ୍ଭ ପରଠାରୁ 56.69 ଲକ୍ଷ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ 40.99 ଲକ୍ଷ ଲୋକଙ୍କୁ ଜୀବିକା ସୁଯୋଗ ଯୋଗାଇ ଦିଆଯାଇଛି। ଜାତୀୟ ଏବଂ ରାଜ୍ୟସ୍ତରୀୟ ସାରସ ଆଜୀବିକା ମେଳା ପ୍ରତିବର୍ଷ ଆୟୋଜିତ ହେଉଛି ଯାହା ମାର୍କେଟିଂ ଏବଂ ସମ୍ବନ୍ଧିତ ଦକ୍ଷତା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରୁଛି। ଡିଏୱାଇ-ଏନଆରଏଲଏମ ଅଧୀନରେ ସମର୍ଥିତ ଏସଏଚଜି ସଦସ୍ୟ ଏବଂ ଗ୍ରାମୀଣ ଉଦ୍ୟୋଗୀମାନଙ୍କ କ୍ଷମତା ନିର୍ମାଣ ପାଇଁ ଜାତୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ ବିପଣନ ଦକ୍ଷତା ଉପରେ ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥାଏ। ଗତ ତିନି ବର୍ଷ ମଧ୍ୟରେ ଏହି ପ୍ରତିଷ୍ଠାନ 44ଟି ତାଲିମ ଏବଂ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ପରିଚାଳନା କରିଛି।

ସୁତରାଂ, ଡିଏୱାଇ-ଏନଆରଏଲଏମ ଭାରତରେ ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣ ଏବଂ ମହିଳା ସଶକ୍ତିକରଣର ଏକ ମୂଳଦୁଆ ପାଲଟିଛି। ଏହା ସମାବେଶୀ ବିକାଶ ଏବଂ ଗ୍ରାମୀଣ ସମ୍ପ୍ରଦାୟର ଜୀବନଧାରଣ ମାନରେ ସୁଧାର ଆଣିବାରେ ସହାୟକ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+