ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅରବିନ୍ଦ କେଜରିୱାଲ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ହେଲେ କେଜ୍ରିୱାଲ । ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ ନିବେଦନ କରିଛନ୍ତି । ହାଇକୋର୍ଟ ଜାମିନ ଉପରେ ଲଗାଇଥିବା ରୋକକୁ ହଟାଇବା ପାଇଁ ଆଜି କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଏବେ ତିହାର ଜେଲରେ ରହିଛନ୍ତି । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ଦେଇଥିଲେ । ଶୁକ୍ରବାର ସେ ମୁକୁଳିବାର ଥିଲା । କିନ୍ତୁ ଇଡି ଜାମିନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପହଞ୍ଚି ଯାଇଥିଲା ।

ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଙ୍କୁ ଜୁନ ୨୦ରେ ୧ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା । କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ କୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଥିଲେ । ତଦନ୍ତରେ ବାଧା ନ ଦେବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜୁନ ୨୧ରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଥିଲେ ।












Click it and Unblock the Notifications