'ପିଏମ୍ ପଦ ପାଇଁ ମୋତେ ମିଳିଥିଲା ଅଫର'
ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କହିଲେ ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲେ ବିରୋଧୀ । କିନ୍ତୁ ମୁଁ ମନା କରିଦେଇଥିଲି । କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଏ ବିବୃତିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏକ ସାମ୍ବାଦିକ ଆୱାର୍ଡ ଫଙ୍କସନରେ ଯୋଗଦେଇ ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କହିଥିଲେ, ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରୁହନ୍ତି ତେବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ସେ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ ପଚାରିଥିଲି, "ସେ କାହିଁକି ମୋତେ ସମର୍ଥନ କରିବାକୁ ଚାହୁଁଛନ୍ତି? ତା ଛଡ଼ା ମୁଁ କାହିଁକି ତାଙ୍କ ସମର୍ଥନ ନେବି ବୋଲି ପଚାରିଥିଲି।" ତେବେ ଗଡ଼କରୀ ସେହି ବିରୋଧୀ ଦଳର ନେତାଙ୍କ ନାମ ପ୍ରଘଟ କରିନାହାନ୍ତି। ହେଲେ ନାଗପୁରରୁ ସାଂସଦ ଥିବା ଗଡ଼କରୀଙ୍କୁ ଇଣ୍ଡି ମେଣ୍ଟ ନିର୍ବାଚନ ପୂର୍ବରୁ ସର୍ବଦା ପ୍ରଶଂସା କରିଆସୁଥିବା ଦେଖିବାକୁ ମିଳିଥିଲା। ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ।

ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଲୋଭ ଦେଖାଇଥିଲେ। ସେ ବିରୋଧୀ ଦଳରେ ମିଶିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥାଆନ୍ତା। କିନ୍ତୁ ସେହି ସମୟରେ ହିଁ ମୁଁ ତାଙ୍କ ପ୍ରସ୍ତାବକୁ ମନା କରିଦେଇଥିଲି । ଆଉ ସେ ନେତାଙ୍କୁ ଜଣାଇ ଦେଇଥିଲି ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ । ମୁଁ ମୋର ଧାରଣା ଓ ସଂଗଠନର ପ୍ରତି ବିଶ୍ବସ୍ତ ରହିବାକୁ ଚାହେଁ ।
କୌଣସି ବି ପଦବୀ ପାଇଁ ମୁଁ ମୋର ଚିନ୍ତାଧାରା ସହ ସାଲିସ କରିପାରିବି ନାହିଁ । ମୁଁ ଏମିତି ଏକ ଦଳରୁ ଆସିଛି ଯେଉଁ ଦଳ ମୋତେ ସବୁ ଦେଇଛି ଯାହା ମୁଁ କେବେ ଆଶା କରିନଥିଲି । କୌଣସି ବି ପ୍ରସ୍ତାବ ମୋତେ ପ୍ରଲୋଭିତ କରିପାରିବ ନାହିଁ ।












Click it and Unblock the Notifications