ଚନ୍ଦ୍ରକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରାଯାଉ !
Swami Chakrapani Maharaj: ନିକଟରେ ଭାରତର ଚନ୍ଦ୍ରଯାନ-3 ଚନ୍ଦ୍ର ପୃଷ୍ଠରେ ଏକ ସଫଳ ଅବତରଣ କରିଛି। ଏହା ପରେ ସାରା ବିଶ୍ୱ କରୁଛି ଭାରତର ଗୁଣଗାନ ଏବଂ ISRO ସମେତ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି । ଏହାରି ମଧ୍ୟରେ ସ୍ୱାମୀ ଚକ୍ରପାଣି ମହାରାଜ ଚନ୍ଦ୍ରକୁ ନେଇ ଏକ ଭିନ୍ନ ଦାବି ନେଇ ଆସିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ସହ ସେ କରୁଛନ୍ତି ଟ୍ରେଣ୍ତ୍ । ସେ ଚନ୍ଦ୍ରକୁ ଏକ ହିନ୍ଦୁ ରାଷ୍ଟ୍ରଭାବ ଘୋଷଣା କରିବା ପାଇଁ ଦାବି କରିଛନ୍ତି ।
संसद से चांद को हिंदू सनातन राष्ट्र के रूप में घोषित किया जाए,चंद्रयान 3 के उतरने के स्थान "शिव शक्ति पॉइंट" को उसकी राजधानी के रूप में विकसित हो ,ताकि कोई आतंकी जिहादी मानसिकता का वहा न पहुंच पाए 🌸🙏🌸स्वामी चक्रपाणि महाराज, राष्ट्रीय अध्यक्ष, अखिल भारत हिंदू महासभा/ संत महासभा pic.twitter.com/HPbifYFZzX
— Swami Chakrapani Maharaj (@SwamyChakrapani) August 27, 2023
ସେ କହିଛନ୍ତି, ବିକ୍ରମଙ୍କ ଲ୍ୟାଣ୍ତର ଅବତରଣ କରିଥିବା ସ୍ଥାନକୁ ଶିବ ଶକ୍ତି ପଏଣ୍ଟ ନାମରେ ନାମିତ କରିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଚନ୍ଦ୍ରକୁ ଏକ ହିନ୍ଧୁ ରାଷ୍ଟ୍ର ଭାବେ ଘୋଷଣା କରି ଚନ୍ଦ୍ରଯାନ ଅବତରଣ କରିଥିବା ସ୍ଥାନକୁ ଅର୍ଥାତ୍ 'ଶିବଶକ୍ତି'କୁ ତାର ରାଜଧାନୀ ଭାବେ ଘୋଷଣା କରାଯାଉ ।

ସ୍ୱାମୀ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି ଯେ ସେ
ଚନ୍ଦ୍ରଯାନଙ୍କ ଅବତରଣ ସ୍ଥାନକୁ 'ଶିବ ଶକ୍'ତି ପଏଣ୍ଟ ନାମରେ ନାମିତ କରିଛନ୍ତି। ମୁଁ ଚାହେଁ ଯେ ଅନ୍ୟ କେତେକ ଚିନ୍ତାଧାରାର ଲୋକମାନେ ସେଠାରେ ପହଞ୍ଚିବା ପୂର୍ବରୁ ଚନ୍ଦ୍ରଙ୍କୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରାଯିବା ଉଚିତ ଏବଂ ଶିବ ଶକ୍ତି ପଏଣ୍ଟକୁ ଏହାର ରାଜଧାନୀ କରାଯିବା ଉଚିତ ଯାହା ଦ୍ୱାରା ଆତଙ୍କବାଦୀ ଚିନ୍ତାଧାରାର ଲୋକମାନେ ସେଠାକୁ ଯାଇ ନିଜ ଅଧିକାର ବିସ୍ତାର କରିପାରିବେ ନାହିଁ । ସେ ସଂସଦରେ ଏହି ବିଲକୁ ପାରିତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।












Click it and Unblock the Notifications