ବଜେଟ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଜି ବିତର୍କ
ନୂଆଦିଲ୍ଲୀ: ବଜେଟ ଅଧିବେଶନରେ ଆଜିଠାରୁ ଆରମ୍ଭ ହେବ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କ । ବିରୋଧୀ ଦଳ ତରଫରୁ ପ୍ରଥମେ ରାହୁଲ ଗାନ୍ଧୀ ରଖିବେ ପକ୍ଷ। ବିଭିନ୍ନ ନେତାଙ୍କ ବଜେଟ ଉପରେ ପ୍ରତିକ୍ରିୟା ତଥା ପକ୍ଷ ରଖିବା ପରେ ସରକାରୀ ଦଳ ପକ୍ଷରୁ ବିଜେପିର ହରିଶ ଦ୍ଵିବେଦୀ ଲୋକସଭାରେ ଧନ୍ୟବାଦ ଅର୍ପଣ କରିବେ ।

ବଜେଟ ଉପସ୍ଥାପନ ପରେ ଏହାକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିତର୍କ ହେବ। ଅଧିବେଶନ ଆରମ୍ଭ ହୋଇଥିଲା ରାଷ୍ଟ୍ରପତିଙ୍କ ଅଭିଭାଷଣରୁ, ତେଣୁ ସଂସଦରେ ପ୍ରଥା ଅନୁସାରେ ଏଥିପାଇଁ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ । ବଜେଟକୁ ନେଇ ବିରୋଧୀ ଦଳ ଗୁଡିକ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିବେ । ରାଷ୍ଟ୍ରପତିଙ୍କ ଭାଷଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ବକ୍ତା ହେବେ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ସୂଚନା ଯୋଗ୍ୟଯେ, ସୋମବାର ବଜେଟ୍ ଅଧିବେଶନ ଆରମ୍ଭରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ 50 ମିନିଟର ଅଭିଭାଷଣରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ନୀତି ସମାଜର ଗରିବ ତଥା ବର୍ଗର ବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛି।












Click it and Unblock the Notifications