'ପୁଲିସ ହେପାଜତରେ ହେଉଥିବା ମୃତ୍ୟୁ ଦେଶର ବ୍ୟବସ୍ଥା ପାଇଁ କଳଙ୍କ'
ପୁଲିସ ହେପାଜତରେ ହେଉଥିବା ମୃତ୍ୟୁ ଦେଶର ବ୍ୟବସ୍ଥା ପାଇଁ କଳଙ୍କ । ଏଣିକି ଦେଶ ଏହାକୁ ଆଦୌ ବରଦାସ୍ତ କରିବ ନାହିଁ । ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଟିପ୍ପଣୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଥାନାରେ ଲଗାଯାଇଥିବା ସିସିଟିଭି ସଂକ୍ରାନ୍ତ ରିପୋର୍ଟ ଦାଖଲ କରା ନ ଯିବାକୁ ନେଇ ଅଦାଲତ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ତାଗିଦ୍ କରିଛନ୍ତି ।
ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ ଡିସେମ୍ବର ୧୬ ସୁଦ୍ଧା ଏହି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ନ ଦେଲେ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ କାହିଁକି ବିଳମ୍ବ ହେଉଛି ତାହାର ଜବାବ ଦେବାକୁ ପଡ଼ିବ ।
କେନ୍ଦ୍ର ସରକାର ଏ ନେଇ ଅଦ୍ୟାବଧି କାହିଁକି ରିପୋର୍ଟ ଦାଖଲ କରିନାହାନ୍ତି ବୋଲି ଅଦାଲତ ପଚାରିବାରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ହାଜତ ମୃତ୍ୟୁକୁ କେହି ଠିକ୍ ଦର୍ଶାଇ ପାରିବେ ନାହିଁ । କେନ୍ଦ୍ର ସରକାର ଏ ବାବଦରେ ୩ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବେ । ଆମିକସ୍ କ୍ୟୁରି ସିଦ୍ଧାର୍ଥ ଦଭେ କହିଥିଲେ, କେବଳ ୧୧ ରାଜ୍ୟ ରିପୋର୍ଟ ଦେଇଛନ୍ତି ।
ବାକି ରାଜ୍ୟ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନିର୍ଦ୍ଦେଶ ପାଳନ କରିନାହାନ୍ତି । ସ୍ଥଳବିଶେଷରେ କିଛି ଥାନା ଭିତରେ ସିସିଟିଭି ଲଗାଗଲେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବା ମେହଟ୍ଟା କହିଥିଲେ । ଜବାବରେ ଖଣ୍ଡପୀଠ କହିଥିଲେ, ଆମେରିକାରେ ପୁଲିସ ଫୁଟେଜର ଲାଇଭ ଷ୍ଟ୍ରିମିଂ ବି ହୋଇପାରୁଛି । ମଧ୍ୟପ୍ରଦେଶ ପ୍ରତ୍ୟେକ ଥାନାକୁ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ି ଭଲ କାମ କରିଛି ।

ତେବେ ରାଜସ୍ଥାନର ଥାନାଗୁଡ଼ିକରେ ୮ ମାସରେ ୧୧ ହାଜତ ମୃତ୍ୟୁକୁ ନେଇ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ସେପ୍ଟେମ୍ବରରେ ଉକ୍ତ ମାମଲାରେ ନିଜ ଆଡ଼ୁ ସଂଜ୍ଞାନ ନେଇ ଏହା ଉପରେ ଗଭୀର ଭାବେ ଚିନ୍ତନ କରିଥିଲେ । ସେପ୍ଟେମ୍ବର ୧୫ରେ ଶୁଣାଣି ବେଳେ ଦେଶବ୍ୟାପୀ ଥାନାରେ ସିସିଟିଭି କ୍ୟାମେରା ଖରାପ କିମ୍ବା ବନ୍ଦ ଥିବା ଜାଣି ଅଦାଲତ କ୍ଷୁବ୍ଧ ହୋଇଥିଲେ । ଏ ନେଇ ମାମଲା ଦାୟର ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସେପ୍ଟେମ୍ବର ୨୬ରେ କୋର୍ଟ ରାଜସ୍ଥାନ ସରକାରଙ୍କୁ ୧୨ଟି ପ୍ରଶ୍ନ ପଚାରିଥିଲେ । ଏହାପରେ ଅକ୍ଟୋବର ୧୪ରେ ସମସ୍ତ ରାଜ୍ୟକୁ ଥାନାରେ ସିସିଟିଭିକୁ ନେଇ ରିପୋର୍ଟ ମାଗିଥିଲେ । ଏହା ପୂର୍ବରୁ ୨୦୨୦ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ପରମବୀର ସିଂହ ସଇନି ବନାମ ବଲଜିତ ସିଂହ ମାମଲାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତ୍ୟେକ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଥାନାର ସମସ୍ତ ସ୍ଥାନ ଯେମିତି କ୍ୟାମେରାରେ ଦେଖାଯିବ, ତାହା ସୁନିଶ୍ଚିତ କରିବାକୁ କହିଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications