Get Updates
Get notified of breaking news, exclusive insights, and must-see stories!

କୁମ୍ଭମେଳାରୁ ଫେରିବା ବାଟରେ ଜଗିଥିଲା ମୃତ୍ୟୁ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

କୁମ୍ଭମେଳା ହେଲା ଶେଷ ଯାତ୍ରା । କୁମ୍ଭମେଳାରେ ସ୍ନାନ ସାରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କ ଜୀବନ । ଗୁଜୁରାଟର ଡାଙ୍ଗ ଜିଲ୍ଲା ଅନ୍ତର୍ଗତ ସାପୁତାରାଠାରେ ଘଟିଛି ଦୁର୍ଘଟଣା । ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇକୁ ଓଲଟିଲା ଯାତ୍ରୀବାହି ବସ୍ । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Kumbh Mela

ସୂଚନାନୁସାରେ, ପାଖାପାଖି ୨୫ ଜଣ ଯାତ୍ରୀଙ୍କୁ ନେଇ ବସଟି କୁମ୍ଭମେଳାରୁ ଫେରି ଗୁଜୁରାଟ ଅଭିମୁଖେ ଯାଉଥିଲା । ଭୋର ପ୍ରାୟ ୫.୩୦ ସମୟରେ ନାସିକ-ସୁରଟ ଜାତୀୟ ରାଜପଥ ସାପୁତାରାର ମାଲେଗାଓଁ ଘାଟ ନିକଟରେ ବସଟି ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହtତ ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+