ଗୁଜରାଟ ଝୁଲା ପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି, ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା ରୁଜୁ
ଗୁଜରାଟ ଝୁଲା ପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି, ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା ରୁଜୁ
ଗୁଜୁରାଟ:ଗୁଜୁରାଟର ମୋର୍ବିରେ ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩୨ କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ୧୭୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ସେପଟେ ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ସୋମବାର ସକାଳେ କହିଛନ୍ତି ଯେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ଆଇଜିପି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି ।

ଗତକାଲି ଛଠ ପୂଜା ପାଇଁ ଏଠି ଲୋକଙ୍କ ଭିଡ ଜମିଥିଲା । ପୋଲରେ ଏକା ସମୟରେ ଶତାଧିକ ଲୋକ ପ୍ରବେଶ କରିବା ଦ୍ୱାରା ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ ପୋଲ ତଳେ ଥିବା ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦୦ ଲୋକେ ଥିବା ନେଇ ସୂଚାନା ରହିଛି । ମୃତକଙ୍କ ମଧ୍ୟରେ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ।
Gujarat | Early morning visuals from the accident site in #Morbi where more than 100 people have lost their lives after a cable bridge collapsed.
Gujarat Home Minister Harsh Sanghavi is also present at the spot. pic.twitter.com/TxtzWySFGT
— ANI (@ANI) October 31, 2022
ସୂଚନା ଅନୁସାରେ ଆହତଙ୍କୁ ତୁରନ୍ତ ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳର ଜାଞ୍ଚ କରିବା ପରେ ଆହତଙ୍କୁ ଭେଡିବା ପାଇଁ ହସ୍ପିଟାଲରେ ପହଞ୍ଚିନ୍ତି । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ । ତେବେ ବିନା ସରକାରୀ ଅନୁମତିରେ ଚଳିତ ମାସ ୨୬ ତାରିଖରେ ଖୋଲା ଯାଇଥିଲା ବୋଲି ସୂଚନା ଦେଇଛନ୍ତି ମୋର୍ବି ମୁନିସିପାଲ କମିଶନର ସନ୍ଦିପ ସିଂ ଝାଲା ।












Click it and Unblock the Notifications