୨୮କୁ ବୃଦ୍ଧି ଦାର୍ଜିଲିଂ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା

ପଶ୍ଚିମବଙ୍ଗର ଦାର୍ଜିଲିଂରେ ଘଟିଥିବା ବର୍ଷା ଓ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏବେମଧ୍ୟ ୧୫ରୁ ଅଧିକ ନିଖୋଜ ଥିବା କୁହାଯାଇଛି। ଅନ୍ୟତମ ପର୍ଯ୍ୟଟନସ୍ଥଳ ମିରିକ୍‌ରେ କେବଳ ୧୩ ଜଣଙ୍କର ପ୍ରାଣହାନି ଘଟିଛି। ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍‌, ଏନଡିଆରଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଧ୍ବଂସସ୍ତୂପ ତଳୁ ମୃତାହତଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି। ରବିବାର ଦାର୍ଜିଲିଂରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ସୋମବାର ୨୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇତିମଧ୍ୟରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ହୋମଗାର୍ଡ ଚାକିରି ଘୋଷଣା କରିଛନ୍ତି। ମମତା ସୋମବାର ଦାର୍ଜିଲିଂ ଗସ୍ତରେ ଯିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ତେବେ ଅନିର୍ବାର୍ଯ୍ୟ କାରଣ ଯୋଗୁଁ ମମତା ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଛନ୍ତି। ବିରୋଧୀ ବିଜେପି ପକ୍ଷରୁ ମମତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି।

darjling

ଅପରପକ୍ଷରେ ରାଜ୍ୟପାଳ ସି.ଆନନ୍ଦ ବୋଷ ତାଙ୍କର ତାମିଲନାଡୁ ଓ କେରଳ ଗସ୍ତକୁ କାଣ୍ଟଛାଣ୍ଟ କରି କଲକାତା ଫେରିଆସିଛନ୍ତି। ବର୍ତ୍ତମାନ ସହସ୍ରାଧିକ ପର୍ଯ୍ୟଟକ ଦାର୍ଜିଲିଂରେ ଅଟକି ରହିଛନ୍ତି। ସ୍ଥିତି ଜଟିଳ ଥିବାରୁ ଦାର୍ଜିଲିଂର ସମସ୍ତ ପର୍ଯ୍ୟଟନସ୍ଥଳକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରାଯାଉଛି। ଭୁଟାନର ଏକ ଡ୍ୟାମ୍‌ରୁ ଅଧିକ ଜଳ ନିଷ୍କାସନ କରାଯାଇଥିବାରୁ ଦାର୍ଜିଲିଂରେ ବନ୍ୟା ଓ ଭୂସ୍ଖଳନ ଘଟିଛି ବୋଲି ମମତା ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+