ଶରଦ ପୱାରଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ:କିଛି ଦିନ ତଳେ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ୱାଟ୍ସଆପରେ ଜୀବନରୁ ମାରିବାକୁ ଧମକ ଦେବାର ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ୩୪ ବର୍ଷୀୟ ଆଇଟି ଇଞ୍ଜିନିୟର ସାଗର ବର୍ବେଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।
ସୂଚନା ଅନୁସାରେ, ଗିରଫ ହୋଇଥିବା ଆଇଟି ଅଭିଯୁକ୍ତଙ୍କୁ ୧୪ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ଅଭିଯୁକ୍ତ ସୋସିଆଲ ମିଡିଆରେ ଲେଖିଥିଲେ, ଶରଦ ପୱାରଙ୍କର ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ଭିଳି କରିଦିଆ ଯିବ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନରେନ୍ଦ୍ର ଦାଭୋଲକର ମହାରାଷ୍ଟ୍ର ନିର୍ମୁଲନ୍ ସମିତିର ପ୍ରତିଷ୍ଠା କରିଥିଲେ । ତାଙ୍କୁ ୨୦୨୩ ଅଗଷ୍ଟ ୨୦ ତାରିଖରେ ଅତି ବିଭତ୍ସବ ଭାବେ ହତ୍ୟା କରାଯାଇଥିଲା ।

ସୂଚନାଥାଉ ଯେ, ଶରଦ ପୱାରଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିବା ପରେ ତାଙ୍କ ଝିଅ ତଥା ସାଂସଦ ପ୍ରିୟା ସୁଲେ ମୁମ୍ବାଇ ପୋଲିସରେ ଏଫଆଇଆର୍ ଦାଏର କରିଥିଲେ । ଯାହା ପରେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ ।












Click it and Unblock the Notifications