ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ, ଖଣ୍ତା ଦେଖାଇ କଲେ ଭିଡିଓ
PM Modi Death Threat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । ବେଙ୍ଗାଲୁରୁର ମହମ୍ମ ରସୁଲ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମୋଦିଙ୍କୁ ହତ୍ୟା ଧମକ ଦେଇଛି । ଏନେଇ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କର୍ଣ୍ଣାଟକର ୟାଦଗିରି ଥାନାରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ପୋଲିସି ।
ମହମ୍ମଦ ରସୁଲ ନାମକ ଜଣେ ବ୍ୟକ୍ତି ହାତରେ ଖଣ୍ତା ଧରି ଫେସବୁକରେ ଏହି ଭଡିଓ ପୋଷ୍ଟ କରିଛି । ଖଣ୍ଡା ଦେଖାଇ ସେ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର କ୍ଷମତାକୁ ଆସନ୍ତି ତେବେ ସେ ପିଏମ ମୋଦୀଙ୍କୁ ହତ୍ୟା କରିବେ। ନ୍ୟୁଜ୍ ଏଜେନ୍ସି ANI କର୍ଣ୍ଣାଟକର ୟାଦାଗିରି ପୋଲିସର ବିବୃତ୍ତିକୁ ଦର୍ଶାଇ କହିଛି ଯେ ସୁରପୁର ପୋଲିସ ଷ୍ଟେସନରେ ମହମ୍ମଦ ରସୁଲ କାଦାରେଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଧାରା 505 (1) (B) ଅନୁଯାୟୀ FIR ପଞ୍ଜିକୃତ କରାଯାଇଛି । ଏହା ବ୍ୟତୀତ ସୁରପୁର ପୋଲିସ ଅଭିଯୁକ୍ତକୁ ଖୋଜିବାରେ ଆରମ୍ଭ କରିଛି । ଏହି ଘଟଣା ପରେ ହାଇଦ୍ରାବାଦ ସମେତ ଅନେକ ଅଞ୍ଚଳରେ ଚଢାଉ କରାଯାଉଛି। ପୂର୍ବରୁ ମଧ୍ୟ ମହମ୍ମ ରସୁଲ ସୋସିଆଲ ମିଡିଆରେ ମୋଦିଙ୍କୁ ବିରୋଧ କରି ଅନେକା ନାକା ନକରାତ୍ମକ ଟିପ୍ପଣି ଦେଇ ଭିଡିଓ ପୋଷ୍ଟ କରିଛି ।












Click it and Unblock the Notifications