ଶରଦ ପାୱାରଙ୍କୁ ମିଳିଲା ମୃତ୍ୟୁ ଧମକ:ଥାନାରେ ହେଲା ମାମଲା ରୁଜୁ
Death Threat To Sharad Pawar: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହ୍ୱାଟସଆପରେ ଧମକ ଦିଆଯିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ଏହି ବିପଦକୁ ଗୁରୁତର ସହ ନେଇଛନ୍ତି ବୋଲି ସିନ୍ଦେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଫୋନରେ ପୋଲିସ ଅଧିକାରୀଙ୍କ ସହ ଏ ବିଷୟରେ କଥା ହୋଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଶରଦ ପାୱାର ଦେଶର ଜଣେ ବଡ ନେତା । ତାଙ୍କୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ... ସରକାର ଏହାକୁ ଗୁରୁତ୍ୱର ସହ ନେଉଛି । ଆବଶ୍ୟକ ପଡିଲେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, 'ମହାରାଷ୍ଟ୍ରର ରାଜନୀତିର ଏକ ଭଲ ପରମ୍ପରା ରହିଛି। ରାଜନୈତିକ ସ୍ତରରେ ପାର୍ଥକ୍ୟ ଅଛି, କିନ୍ତୁ ମତଭେଦ ନାହିଁ । କୌଣସି ନେତାଙ୍କୁ ଧମକ ଦେବା କଥାକୁ ସହ୍ୟ କରାଯିବ ନାହିଁ।

ପୋଲିସ ଦେଇଥିବା ସୂଚନା ଅନୁସାରେ
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ଏକ ଏଫଆଇଆର ରୁଜୁ କରିଛି ।
ସେହିପରି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ମହାରଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେ କହିଛନ୍ତି, ଏକ ୱେବ୍ ସାଇଟ୍ ଜରିଆରେ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି ଏବଂ ସେ ଏପରି କାର୍ଯ୍ୟର ନିନ୍ଦା କରିଛନ୍ତି ।












Click it and Unblock the Notifications