ମହିଳାଙ୍କୁ ଗିରଫ କଲା ପୁଲିସ୍ , ଜାଣନ୍ତୁ ମହିଳା ଜଣକ କିଏ?

ମୁମ୍ବାଇ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି। ଧମକ ଦେଇଥିବା ମହିଳାଙ୍କୁ ପୋଲିସ ପଚରା ଉଚରା ଜାରି ରଖିଛି। ବର୍ତ୍ତମାନ ଅନୁସନ୍ଧାନ କରାଯାଉଛି କାହିଁକି ଅଭିଯୁକ୍ତା ମହିଳା ଏଭଳି ଧମକ ଦେଇଛନ୍ତି? ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦେଇଥିବା ମାମଲାରେ ମୁମ୍ବାଇ ପୁଲିସ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କ ନାମ ଫାତିମା ଖାନ। ଫାତିମା ଖାନ ଶିକ୍ଷିତ, କିନ୍ତୁ ପୋଲିସ ସୂତ୍ର ଅନୁଯାୟୀ ସେ ମାନସିକସ୍ତରରେ ଅସ୍ଥିର ଅଟନ୍ତି। ପୋଲିସ ଅଭିଯୁକ୍ତା ମହିଳାଙ୍କୁ ପଚରାଉଚରା କରୁଛି।

ଶନିବାର ଦିନ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ହ୍ବାଟସ୍ ଆପ୍ ନମ୍ବରରେ ଏକ ଅଜ୍ଞାତ ନମ୍ବରରୁ ଏକ ବାର୍ତ୍ତା ଆସିଥିଲା ​​ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ସେହି ବାର୍ତ୍ତାରେ ଲେଖାଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ଗୁଳି କରି ହତ୍ୟା କରାଯିବ। ପୁଲିସ କହିଛି ଯେ ଅନୁସନ୍ଧାନ ବେଳେ ଫାତିମା ଖାନ ଏହି ବାର୍ତ୍ତା ପଠାଇଥିବା ସ୍ବୀକାର କରିଛନ୍ତି।

Yogi Adityanath

ମୁମ୍ବାଇ ଏଟିଏସ୍, ୱର୍ଲି ଏବଂ ଠାଣେ ପୁଲିସର ମିଳିତ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳା ଜଣକ ଠାଣେର ଉହ୍ଲାସନଗରର ବାସିନ୍ଦା। ତାଙ୍କ ନାମ ଫାତିମା ବୋଲି କୁହାଯାଉଛି। ଏଟିଏସ୍ ମହିଳାଙ୍କୁ ଖୋଜିଥିଲେ। ତାଙ୍କର ଅବସ୍ଥାନ ଥିଲା ଉହ୍ଲାସନଗର। ତା'ପରେ ପୁଲିସ ମହିଳାଙ୍କ ଘରେ ପହଞ୍ଚି ସେଠାରେ ପଚରାଉଚରା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+