ସମ୍ବଲପୁର ନାବାଳିକା ବଳାତ୍କାର ହତ୍ୟା ମାମଲା: ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ
ସମ୍ବଲପୁର: ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। କୋର୍ଟ ଦୋଷୀ ପ୍ରଶାନ୍ତ ବଘାରକୁ୧ ଲକ୍ଷ ଟଙ୍କା ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ, ୨୦୨୨ ମାର୍ଚ୍ଚ ୨୫ ତାରିଖ ସକାଳ ୮ଟାରେ ପୀଡିତା ଘର ପାଖରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିଲା।
ଏହି ସମୟରେ ପ୍ରଶାନ୍ତ ବଘାର ବଳପୂର୍ବକ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଏକ କୁରାଢ଼ୀରେ ନୃଶଂସ ଭାବେ ହତ୍ୟା କରିଥିଲା। ନାବାଳିକାର ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ଏହା ପରେ କଟା ମୁଣ୍ଡ ନଳକୂପ ପାଣିରେ ଧୋଇଥିଲା। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ସେମାନେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲା।

ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିଲା। ପୁଲିସ୍ ଏହି ମାମଲାରେ ଚାର୍ଜଶିଟ ଦାଖଲ କରିବା ପରେ ପକ୍ସୋ କୋର୍ଟରେ ଶୁଣାଣି ଚାଲିଥିଲା। ମୋଟ ୨୫ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦଲିଲକୁ ବିଚାରକୁ ନେଇ କୋର୍ଟ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।












Click it and Unblock the Notifications