କୋଚିଂ ସେଣ୍ଟର ଛାତ୍ରଛାତ୍ରୀ ମୃତ୍ୟୁ ମାମଲା; ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଦିଲ୍ଲୀ ରାଜେନ୍ଦ୍ର ନାଗରର ଏକ ଆଇଏଏସ କୋଚିଂ ସେଣ୍ଟରର ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିବା ସହ ଏଥିପାଇଁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।

oaching center students

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ଯାଇଥିଲା। ଏହି ସମୟରେ ସେଠାରେ ଏକ ଲାଇବ୍ରେରୀରେ ଥିବା କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନି ଜଣେ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି।

ପ୍ରବଳ ବର୍ଷା ସାଙ୍ଗକୁ ଡ୍ରେନ୍ ପାଣି କୋଚିଂ ସେଣ୍ଟର ବେସମେଣ୍ଟରେ ପଶିଯିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେପଟେ ଘଟଣାକୁ ନେଇ ବିଜେପି ଆପକୁ ଦାୟୀ କରି ଥିବାବେଳେ ଦଳ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଦିଲ୍ଲୀରେ ଆପର ସରକାର ଥିବାବେଳେ ମ୍ୟୁନିସିପାଲିଟି ମଧ୍ୟ ନିୟନ୍ତ୍ରଣରେ ରହିଛି, ତଥାପି ଡ୍ରେନ୍ ସମସ୍ୟା ଦୂର କରିବାରେ ଆପ୍ ବିଫଳ ହୋଇଛି ବୋଲି ବିଜେପି କଟାକ୍ଷ କରିଛି।

ବିଜେପି ମୁଖପାତ୍ର ମଜିନ୍ଦର ସିଂହ ସିରସା କହିଛନ୍ତି ଯେ, "ଦେଶର ଇତିହାସରେ ଆପ୍ ସବୁଠୁ ଅସମ୍ବେଦନଶୀଳ ସରକାର। ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସାଧାରଣ ନୁହେଁ, ଏହା ଏକ ହତ୍ୟାକାଣ୍ଡ।" ସେହିପରି ବିଜେପି ଦିଲ୍ଲୀ ମୁଖ୍ୟ ବିରେନ୍ଦ୍ର ସଚ୍ଚେଦ ମଧ୍ୟ ଦିଲ୍ଲୀ ଜଳ ବୋର୍ଡ ମନ୍ତ୍ରୀ ଆତିଶୀ ଏବଂ ସ୍ଥାନୀୟ ବିଧାୟକ ଦୁର୍ଗେଶ ପାଠକଙ୍କୁ ଟାର୍ଗେଟ କରିଛନ୍ତି।

ଡ୍ରେନ୍ ସଫା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ବିଧାୟକ ଅବହେଳା କରିଥିବା ସେ ଦାବି କରିଛନ୍ତି। ଏହି ଦୁଃଖଦ ଘଟଣା ପାଇଁ ଦିଲ୍ଲୀ ସରକାର ଦାୟୀ। ଜଳ ବୋର୍ଡ ମନ୍ତ୍ରୀ ଓ ବିଧାୟକ ଇସ୍ତଫା ଦେବା ଉଚିତ୍। ବିରେନ୍ଦ୍ର ସଚ୍ଚେଦଙ୍କ ଏହି ଟିପ୍ପଣୀ ପରେ ବିଧାୟକ ପାଠକ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି।

ସେ କହିଛନ୍ତି, "ବିଜେପି ଗତ ୧୫ ବର୍ଷ ହେଲା କଣ କରିଛି। ଗତ ୧୫ ବର୍ଷ ଧରି ଏଠାରେ ବିଜେପି କାଉନସିଲର ରହିଥିଲେ। ସେମାନେ କାହିଁକି ଡ୍ରେନ୍ ସମସ୍ୟାର ସମାଧାନ କରିପାରିଲେନି। ରାଜେନ୍ଦ୍ର ନଗର ଏକ ତଳିଆ ଅଞ୍ଚଳ, ଏଠାରେ ପାଣି ଲାଇନ୍ ଅଛି। କିଛି ଡ୍ରେନ୍ ଫାଟିଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ବର୍ଷରେ ସବୁ ଡ୍ରେନ୍ ମରାମତି କରିବା ସମ୍ଭବ ନୁହେଁ। ଏପରି ଏକ ସମ୍ବଦେନଶୀଳ ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+