କେକ ଯୋଗୁଁ ମୃତ୍ୟୁ: ପୋଲିସ ଫେଲ ଅପରାଧୀକୁ ଧରିଲେ ପରିବାର ଲୋକେ
ପୁଲିସ ଫେଲ ମାରିବା ପରେ ଅଭିଯୁକ୍ତଙ୍କୁ ଧରିଲେ ପରିବାର ।କେକ ପାଇଁ ଜନ୍ମଦିନରେ ଚାଲିଗଲା ଜୀବନ । ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏହା ସହ ମ୍ୟାନେଜର ରଣଜିତ, କର୍ମଚାରୀ ପବନ ଏବଂ ବିଜୟଙ୍କୁ ଗିରଫ କରିଛି ପୁଲିସ। ଅନଲାଇନ୍ ଖାଦ୍ୟ ବିତରଣ ଆପ୍ ଜୋମାଟୋରୁ କେକ ଅର୍ଡର କରାଯାଇଥିବାରୁ କମ୍ପାନି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଏହି ବେକେରୀକୁ ତାଲିକାରୁ ହଟାଇ ଦେଇଛି। ଏହି ଘଟଣା ଘଟିବା ପରେ ଏକ ବଡ ଠକେଇ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ପଟିଆଲାର ଅମନ ନଗର ଅଞ୍ଚଳରେ ରହୁଥିବା ୧୦ବର୍ଷର ବାଳିକା ମାନବୀଙ୍କ ଜନ୍ମଦିନ ମାର୍ଚ୍ଚ ୨୪ରେ ଥିଲା | ଏହି ଅବସରରେ ତାଙ୍କ ମାଆ କାଜଲ ଜୋମାଟୋରେ ଥିବା କାହ୍ନା ଫାର୍ମରୁ ଏକ କେକ ଅର୍ଡର କରିଥିଲେ। ରାତିରେ ପରିବାରର ସମସ୍ତେ ଜନ୍ମଦିନ ପାଳନ କରି ସେହି କେକ ଖାଇଥିଲେ। କେକ୍ ଖାଇବା ପରେ ମାନବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଚିକିତ୍ସା ସମୟରେ ମାନବୀଙ୍କର ମୃତ୍ୟୁ ହୋଇଥିଲା।
ମାନବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କେକ୍ ପଠାଇଥିବା କାହ୍ନା ଫାର୍ମ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଯେତେବେଳେ ଅନୁସନ୍ଧାନ କରାଗଲା, ସେତେବେଳେ ଦିଆଯାଇଥିବା ଠିକଣା ନକଲି ବାହାରିଥିଲା । ଠିକଣାରେ ପୁଲିସ ପହଞ୍ଚିବା ବେଳକୁ ସେଠାରେ ସେଭଳି କୌଣସି ଦୋକାନ ନଥିବା ଜାଣିବାକୁ ପାଇଥିଲା । ଏହା ପରେ, ମାର୍ଚ୍ଚ ୩୦ରେ, ମାନବୀଙ୍କ ପରିବାର ପୁନର୍ବାର ଜୋମାଟୋ ମାଧ୍ୟମରେ ସେହି କାହ୍ନା ଫାର୍ମରୁ ଆଉ ଏକ କେକ ଅର୍ଡର କରିଥିଲେ । ଯେତେବେଳେ ଡେଲିଭରି ଏଜେଣ୍ଟ ଏହାକୁ ଦେବା ପାଇଁ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ କାବୁ କରି ଦୋକାନରେ ପହଞ୍ଚିଥିଲେ ପରିବାର ଲୋକେ । ସେଠାରେ ପହଞ୍ଚିବା ପରେ ଦୋକାନର ନାମ ନ୍ୟୁ ଇଣ୍ଡିଆ ବେକେରୀ ବୋଲି ଜଣାପଡିଥିଲା ।












Click it and Unblock the Notifications