ଆଇସକ୍ରିମରୁ କଟା ଆଙ୍ଗୁଠି ପରେ ଏବେ ଚିପ୍ସରୁ ବାହାରିଲା ମୃତ ବେଙ୍ଗ

Dead Frog In Potato Chips: ଆଇସକ୍ରିମରୁ ମଣିଷ କଟା ଆଙ୍ଗୁଠି ବାହାରିବା ପରେ ପୁଣି ଏପରି ଆଉ ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ସାମ୍ନାକୁ ଆସିଛି । ଆଳୁ ଚିପ୍ସର ଏକ ପ୍ୟାକେଟରେ ମୃତ ବେଙ୍ଗ ମିଳିଛି । ବୁଧବାର ଦିନ ଜାମନଗର ମୁନିସିପାଲ କର୍ପୋରେସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆଳୁ ଚିପ୍ସ ପ୍ୟାକେଟର ଉତ୍ପାଦନ ବ୍ୟାଚର ନମୁନା ସଂଗ୍ରହ କରାଯାଇ ତଦନ୍ତ କରାଯିବ ।

Dead Frog In Potato Chips

ଖାଦ୍ୟ ସୁରକ୍ଷା ଅଧିକାରୀ ଡି.ବି ପରମାର କହିଛନ୍ତି, 'ଜସ୍ମିନ ପଟେଲ ନାମକ ଜଣେ ଯୁବତୀ ଆମକୁ ସୂଚନା ଦେଇଥିଲେ ଯେ, ବାଲାଜୀ ବେକର୍ସ ଦ୍ୱାରା ପ୍ରସ୍ତୁତ କ୍ରଞ୍ଚେକ୍ସର ଏକ ପ୍ୟାକେଟରେ ମୃତ ବେଙ୍ଗ ମିଳିଛି। ଯାହା ପରେ ଚିପ୍ସ କିଣାଯାଇଥିବା ଦୋକାନକୁ ଯାଇ ଆମେ ଯାଞ୍ଚ ଆରମ୍ଭ କରିଥିଲୁ, ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ପ୍ରକୃତରେ ପ୍ୟାକ୍ଟରେ ଏକ ମୃତ ବେଙ୍ଗ ବାହାରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି, 'ମ୍ୟୁନିସିପାଲ କର୍ପୋରେସନ୍ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେ ଏହି ବ୍ୟାଚ୍ ଆଳୁ ଚିପ୍ସର ନମୁନା ସଂଗ୍ରହ କରିବୁ।

ସୂଚନା ଅନୁସାରେ, ପୁଷ୍କର ଧାମ ସୋସାଇଟିର ବାସିନ୍ଦା ଜସ୍ମିନ ପଟେଲ ଦାବି କରିଛନ୍ତି ଯେ ତାଙ୍କ ଚାରି ବର୍ଷର ଭଣଜା ମଙ୍ଗଳବାର ସନ୍ଧ୍ୟାରେ ନିକଟସ୍ଥ ଦୋକାନରୁ ଏକ ଚିପ୍ସ ପ୍ୟାକେଟ କିଣିଥିଲା । ସେ କହିଛନ୍ତି ଯେ ତାଙ୍କ ଭଣଜା ମୃତ ବେଙ୍ଗକୁ ଦେଖିବା ପୂର୍ବରୁ ସେ ଏବଂ ତାଙ୍କ 9 ମାସର ଝିଅ ଏହି ଆଳୁ ଚିପ୍ସ କିଛି ଖାଇସାରିଥିଲେ । ଯେତେବେଳେ ସେ ମୋତେ କହିଥିଲେ ମୁଁ ବିଶ୍ୱାସ କରିପାରିନଥିଲି, କିନ୍ତୁ ମୃତ ବେଙ୍ଗ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ବାଲାଜୀ ବେକର୍ସ ପକ୍ଷରୁ ମୋତେ ସନ୍ତୋଷଜନକ ଉତ୍ତର ମିଳିନଥିଲା ଯାହା ପରେ ମୁଁ ସକାଳେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲି ।

ସୂଚନାଥାଉ ଯେ, କିଛିଦିନ ପୂର୍ବରୁ ମୁମ୍ବାଇର ଜଣେ ଡାକ୍ତରଙ୍କ ଆଇସକ୍ରିମରୁ ମଣିଷ କଟା ଆଙ୍ଗୁଠି ବାହାରିଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ତେବେ ଆଇସକ୍ରିମରୁ ବାହାରିଥିବା କଟା ଆଙ୍ଗୁଠି ଉକ୍ତ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ କର୍ମଚାରୀଙ୍କର ବୋଲି ସୂଚନା ରହିଛି । ତେବେ କର୍ମଚାରୀ ଜଣକ କାମ କରିବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ତାଙ୍କ ହାକ ଆଙ୍ଗୁଠି କଟି ଆଇସକ୍ରିମରେ ରହିଯାଇଥିଲା । ତେବେ ଉକ୍ତ ଆଇସକ୍ରିମଟି ସମାନ ଦିନ ହିଁ ପ୍ୟାକ୍ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+