ବଦଳିଲା ଦୁରଦର୍ଶନର ଲୋଗୋ ରଙ୍ଗ, ସମାଲୋଚନା କଲେ ବିରୋଧି
DD News Logo Changed: ଦୀର୍ଘ ଦିନ ପରେ ବଦଳିଲା ଦୁରଦର୍ଶନର ଲୋଗୋ ରଙ୍ଗ । ପୂର୍ବରୁ ଲୋଗର ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ ଏହା ଗେରୁଆ କରାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧି ପୁଣି ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ ଏବଂ ଏପରି ନିଷ୍ପତ୍ତିକୁ ସମାଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ବିରୋଧୀ ଦଳର ନେତାମାନେ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପରିବର୍ତ୍ତନକୁ ନେଇ ପ୍ରଶ୍ନ କରିଛନ୍ତି।

ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ତେଲ ମାଧ୍ୟମରେ ଏହି ଘୋଷଣା କରାଯାଇଛି । ଯେଉଁଥିରେ ଲେଖାଯାଇଛି, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, ହେଲେ ଆମେ ଏକ ନୂଆ ଅବତାରରେ ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ, ଯାହା ପୂର୍ବରୁ କେତେ ହୋଇନାହିଁ । ନୂତନ ଡିଡି ନ୍ୟୁଜର ଅଭିଜ୍ଞତା ନିଅନ୍ତୁ ।
ସୂଚନାଥାଉ ଯେ, ମଙ୍ଗଳବାର ସନ୍ଧ୍ୟାରେ, ଡିଡି ନ୍ୟୁଜ୍ ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ମେସେଜ୍ ଜରିଆରେ ନିଜର ନୂଆ ଲୋଗୋ ପୋଷ୍ଟ କରିଥିଲା । ଅନ୍ୟପକ୍ଷରେ ରାଜ୍ୟସଭା ସଦସ୍ୟ ଏବଂ ପ୍ରସାର ଭାରତୀୟର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଏହା ପ୍ରସାର ଭାରତୀୟ ନୁହେଁ ପ୍ରଚାର ଭାରତୀୟ । ଜାତୀୟ ପ୍ରସାରଣକାରୀ 'ଗେରୁଆକରଣ'ଉପରେ ଅଧିକ ନଜର ରହିଛି ।
ଲୋଗୋରେ ପରିବର୍ତ୍ତନ ପରେ ବିରୋଧୀଙ୍କ ସମାଲୋଚନାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ । ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ ଏହି ନୂଆ ଲୋଗୋର ଆକର୍ଷଣୀୟ କମଳା ରଙ୍ଗ ରହିଛି। ସେ କହିଥିଲେ ଯେ କିଛି ମାସ ପୂର୍ବେ ଜି -20 (ଶିଖର ସମ୍ମିଳନୀ) ପୂର୍ବରୁ ଆମେ ଡିଡି ଇଣ୍ଡିଆକୁ ନବୀକରଣ କରିଥିଲୁ ଏବଂ ସେହି ଚ୍ୟାନେଲ ପାଇଁ ଗ୍ରାଫିକ୍ସର ଏକ ସେଟ୍ ଉପରେ ନିଷ୍ପତ୍ତି ନେଇଥିଲୁ। ଭିଜୁଆଲ୍ ଏବଂ ଟେକ୍ନିକାଲ୍ ଭାବରେ DD ନ୍ୟୁଜକୁ ନୂଆ ଲୁକ୍ ଦେବା ପାଇଁ ଆମେ କାର୍ଯ୍ୟ କରୁଛୁ ।












Click it and Unblock the Notifications