ପୁଣି ଅଶାନ୍ତ ମଣିପୁର:୧ ମୃତ, ୨୭ ଆହତ
ମଣିପୁରରେ ପୁଣିଥରେ ବ୍ୟାପକ ହିଂସା ଦେଖାଦେଇଛି । କୁକି ସମ୍ପଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି। ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଏହି ଘଟଣା ଘଟିଥିବା ନେଇ ଖବର ମିଳିଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଣିପୁରରେ ଅବାଧ ବିଚରଣ ଉପରେ ଲାଗିଥିବା ରୋକ ଆଜି ହଟାଇବା ପରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣା କାନପୋକପି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି।

ତେବେ ପ୍ରଶାସନ ସ୍ଥାନିୟ ଲୋକମାନଙ୍କ ଉପରୁ କଟକଣା ହଟାଇବା ଦିନ ହିଁ ଜାତୀୟ ରାଜପଥ ୨ ରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଏକ ବସ କୁ ରାସ୍ତାରେ ଅଟକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ସୁରକ୍ଷା କର୍ମିମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ତାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ।












Click it and Unblock the Notifications