କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନିଂ ମାଧ୍ଯମରେ ମହାରାଷ୍ଟ୍ରରେ ୧୦ଟି ନୂଆ ସରକାରୀ ମେଡ଼ିକାଲ କଲେଜର ଶିଳାନ୍ୟାସ କରିଛନ୍ତି । ଏହି ହସ୍ପିଟାଲଗୁଡ଼ିକ ମୁମ୍ବାଇ, ନାସିକ୍, ଜଲ୍ନା, ଅମରାବତୀ, ଗଡ଼ଚିରୋଲି, ବୁଲଧାନା, ୱାସିମ୍, ଭାନ୍ଦ୍ରା, ହିଙ୍ଗୋଲି ଏବଂ ଅମ୍ବରନାଥଠାରେ ଅବସ୍ଥିତ ।
ଏଥିସହିତ ପ୍ରଧାନମନ୍ତ୍ରୀ ୭ ହଜାର ୬୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ନାଗପୁର ସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଶିରିଡ଼ି ବିମାନ ବନ୍ଦରର ନୂତନ ସମନ୍ବିତ ଟର୍ମିନାଲ୍ କୋଠାର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ।
ମୁମ୍ବାଇ ସ୍ଥିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନକୁ ଉଦ୍ଘାଟନ କରିବା ସହ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ କୃତ୍ରିମ ବୁଦ୍ଧିମତା, ଡାଟା ଆନାଲେଟିକ୍ସ, ରୋବୋଟିକ୍ସ ଭଳି କେତେକ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବ । ଶ୍ରୀ ମୋଦୀ ବିଦ୍ୟା ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶାସକଙ୍କ ପାଇଁ ଗୁରୁତ୍ବପୂର୍ଣ ଶୈକ୍ଷିକ ଏବଂ ପ୍ରଶାସନିକ ତଥ୍ୟ ଉପଲବ୍ଧ ହେବ ।

ଏହି ସମୟରେ ସେ କଂଗ୍ରେସକୁ କଡା ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କର ଫର୍ମୁଲା ବିଭାଜନ ଏବଂ ଶାସନ କରିବା। କଂଗ୍ରେସ ଷଡଯନ୍ତ୍ରରେ ସତର୍କ ରହିବା ଆବଶ୍ୟକ। କଂଗ୍ରେସ ଚାଷୀଙ୍କୁ ଉତ୍ତେଜିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସ ସାମ୍ପ୍ରଦାୟିକ ଏବଂ ଜାତିଭିତ୍ତିକ ନିର୍ବାଚନ ଲଢୁଛି। ହିନ୍ଦୁ ସମାଜକୁ ଭାଙ୍ଗି ଏହାକୁ ନିଜର ବିଜୟର ଫର୍ମୁଲା କରୁଛି।
ଏହା କଂଗ୍ରେସର ରାଜନୀତିର ଆଧାର ଅଟେ ଏହା ପାରମ୍ପାରିକ ପରମ୍ପରାକୁ ଦମନ କରୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସର ନୀତି ହେଉଛି ହିନ୍ଦୁମାନଙ୍କର ଏକ ଜାତି ଅନ୍ୟ ଜାତି ବିରୁଦ୍ଧରେ ଲଢେଇ କରିବା। କଂଗ୍ରେସ ଜାଣେ ଯେ ହିନ୍ଦୁମାନେ ଯେତେ ବିଭାଜିତ ହେବେ, ସେମାନେ ସେତେ ଅଧିକ ଲାଭବାନ ହେବେ।












Click it and Unblock the Notifications