ରାକ୍ଷୀ ପୂର୍ଣ୍ଣିମା ପାଳିଲେ ପ୍ରଧାନମନ୍ତ୍ରୀ ମୋଦି,PMO କର୍ମଚାରୀଙ୍କ କୁନି ଝିଅ ବାନ୍ଧିଲେ ରାକ୍ଷୀ
ନୂଆଦିଲ୍ଲୀ ସ୍ଥିତ ବାସଭବନରେ PMO କର୍ମଚାରୀଙ୍କ କୁନି କୁନି ଝିଅ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।
ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସ୍ନେହର ବନ୍ଧନ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ । ନୂଆଦିଲ୍ଲୀ ସ୍ଥିତ ବାସଭବନରେ PMO କର୍ମଚାରୀଙ୍କ କୁନି କୁନି ଝିଅ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।

ଏହି ରାକ୍ଷୀ ପୂର୍ଣ୍ଣିମାରେ ପିଏମ ମୋଦିଙ୍କ କାର୍ଯ୍ୟଳୟରେ କାମ କରୁଥିବା ଝାଡୁଦାର, ପିଓନ, ବଗିଚା କର୍ମଚାରୀଙ୍କ ଝିଅମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରିଛନ୍ତି । ପିଏମଙ୍କ ବାସଭବନରେ ଅତି ସ୍ବତନ୍ତ୍ର ଭାବେ ଏହି ଦିନଟି ପାଳନ କରାଯାଇଛି । ଏହି ଉତ୍ସବର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି ।
ଦେଶର ପ୍ରାୟ ସବୁ ପ୍ରାନ୍ତରେ ଏହି ପବିତ୍ର ପର୍ବ ପାଳନ ହେଉଛି । ଗାଁ ଠାରୁ ସହର ଉତ୍ସବମୁଖର । ଭାଇର ମଙ୍ଗଳ ମନାସି ଓ ଦୀର୍ଘ ଆୟୁଷ କାମନା କରି ସାରାଜୀବନ ରକ୍ଷା କରିବାର ପ୍ରତିଶୃତି ମାଗି ଭାଇ ହାତରେ ସ୍ନେହର ଡୋରି ବାନ୍ଧିଛି ଭଉଣୀ ।












Click it and Unblock the Notifications