45 ବର୍ଷ ପରେ ଜନ୍ମ ହେଲା ସନ୍ତାନ, ବ୍ୟାଣ୍ଡ ବାଜା ବଜାଇ ଘରକୁ ସ୍ବାଗତ କଲେ ପରିବାର

ବିବାହର 45 ବର୍ଷ ପରେ କେହି ସନ୍ତାନ ପ୍ରାପ୍ତ କରିବା ଟିକିଏ ନୂଆ ନିଶ୍ଚୟ । ଏଭଳି ଏକ ଘଟଣା ବିହାରରୁ ଆସିଛି ।

ପାଟନା: ସନ୍ତାନଟିଏ ଜନ୍ମ ନେବା ପରେ କୁହାଯାଏ ପରିବାର ସଂପୂର୍ଣ୍ଣ ହୋଇଥାଏ । ହେଲେ ଅନେକ ଲୋକଙ୍କ ଭାଗ୍ୟରେ ସନ୍ତାନ ସୁଖ ନଥାଏ । ପିଲାଟିଏ ପାଇଁ ଅନେକ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । କିଏ ସନ୍ତାନ ଲାଭ କରିଥାଏ ତ ଆଉ କିଏ 10 ବର୍ଷ ପରେ ସନ୍ତାନ ଲାଭ କରିଥାନ୍ତି । କିନ୍ତୁ ବିବାହର 45 ବର୍ଷ ପରେ କେହି ସନ୍ତାନ ପ୍ରାପ୍ତ କରିବା ଟିକିଏ ନୂଆ ନିଶ୍ଚୟ । ଏଭଳି ଏକ ଘଟଣା ବିହାରରୁ ଆସିଛି ।

daughter

ସୂଚନା ଅନୁସାରେ, ଏକମା ନାଗ ପଞ୍ଚାୟତ ଅଞ୍ଚଳର ଧୀରଜ ଗୁପ୍ତା ନାମକ ଏକ ବ୍ୟକ୍ତିଙ୍କ ବିବାହର 45 ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଆନନ୍ଦରେ ପରିବାର ଲୋକେ ବ୍ୟାଣ୍ଡ ବାଜା, ବାଣ ଫୁଟାଇ ବଜାଇ ଶିଶୁକନ୍ୟାକୁ ଘରକୁ ପାଛୋଟି ଆଣିଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏନେଇ ଧୀରଜଙ୍କ ଭାଇ କହିଛନ୍ତି ଯେ, "ଆମେ ବହୁତ ଖୁସି ଅଛୁ । ଆମ ଘରକୁ ଦୀର୍ଘ ବର୍ଷ ପରେ ଲକ୍ଷ୍ମୀ ଆସି ଆମ ଖୁସିକୁ ଦ୍ବିଗୁଣିତ କରିଛନ୍ତି । ଏକମା ନାଗର ପଞ୍ଚାୟତରେ ପରିବାରର ଏହି ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଅନ୍ୟ ଲୋକଙ୍କ ପାଇଁ ଏହି ପରିବାର ଏକ ପ୍ରେରଣା । ଅନେକ ଲୋକ ଏବେବି କନ୍ୟା ସନ୍ତାନ ପାଇଁ କେଉଁଠି ନା କେଉଁଠି କୁଣ୍ଠା ବୋଧ କରିଥାନ୍ତି । ଗର୍ଭରୁ ହିଁ କନ୍ୟା ସନ୍ତାନ ନଷ୍ଟ କରି କିନ୍ତୁ ଏଠାରେ କିଛି ଭିନ୍ନ ଘଟଣା ଘଟିଛି । ଗର୍ଭରେ ଶିଶୁକନ୍ୟା ଥିବା ଜାଣି ନଷ୍ଟ କରିଦିଅନ୍ତି । କିନ୍ତୁ ଏବେ ପୁଅ ତୁଳନାରେ ଝିଅ କୌଣସି ଗୁଣରେ କମ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+