ଦାର୍ଜିଲିଂ ଭୂସ୍ଖଳନ;ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଏକ୍ସରେ ଲେଖିଲେ.....
ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ହିମାଳୟ ରାଜ୍ୟ ସିକିମକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଦାର୍ଜିଲିଂରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇ ମିରିକ ଏବଂ ସୁଖିଆ ପୋଖରୀ ଭଳି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା।
ଏହି ବିପର୍ଯ୍ୟାୟରେ ଆନକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ବିପଦ ମଧ୍ୟରେ ରହିଛନ୍ତି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଦାର୍ଜିଲିଂ ପୋଲିସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଯେଉଁ ପର୍ଯ୍ୟଟକ ଫସିଛନ୍ତି, ସେମାନଙ୍କୁ ପୋଲିସ କଣ୍ଟ୍ରୋଲରୁମ +୯୧ ୯୧୪୭୮୮୯୦୭୮ ରେ ସଂପର୍କ କରିବାକୁ କୁହାଯାଇଛି ।

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, ଦାର୍ଜିଲିଂରେ ଏକ ବ୍ରିଜ ଭୁଶୁଡିବା ଯୋଗୁଁ ଜନଜୀବନ ନଷ୍ଟ ହୋଇଥିବାରୁ ଅତ୍ୟନ୍ତ ଦୁଃଖି । ଯେଉଁମାନେ ନିଜ ପ୍ରିୟଜନକୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା । ଆହତ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନକୁ ଦେଖି ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚୂରେ କଡ଼ା ନଜର ରଖାଯାଇଛି । ଆମେ ପ୍ରଭାବିତ ଲୋକଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ପାଇଁ ପ୍ରତିବଦ୍ଧ ।












Click it and Unblock the Notifications