ଦାର୍ଜିଲିଂ ଭୂସ୍ଖଳନ;୧୭କୁ ବୃଦ୍ଧି ମୃତ୍ୟୁସଂଖ୍ୟା
ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ହିମାଳୟ ରାଜ୍ୟ ସିକିମକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଦାର୍ଜିଲିଂରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇ ମିରିକ ଏବଂ ସୁଖିଆ ପୋଖରୀ ଭଳି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହି ବିପର୍ଯ୍ୟାୟରେ ଆନକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ବିପଦ ମଧ୍ୟରେ ରହିଛନ୍ତି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଭୂସ୍ଖଳନ ଯୋଗୁଁ ରାସ୍ତା ଗୁଡିକ କାଦୁଅ ତଳେ ପୋତିହୋଇରହିଛି। ସେପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ସୋମବାର ସକାଳ ପର୍ଯ୍ୟନ୍ତ ଉପ ହିମାଳୟ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଦାର୍ଜିଲିଂ , କାଲିମପଙ୍ଗ, କୁଚ୍ ବିହାର, ଜଳପାଇଗୁଡି ଏବଂ ଆଲିପୁରଦୁଆରରେ ଅତି ପ୍ରବଳ ହେବା ନେଇ ସତର୍କତା ଜାରି କରାଯାଇଛି।












Click it and Unblock the Notifications