ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି:ଶେଷ ସମ୍ମାନ ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Dantewada Naxalite Attack: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ୧୦ DRG ଯବାନଙ୍କ ମୃତ୍ୟୁ ପରେ ଶୋକରେ ବୁଡିଛି ଛତିଶଗଡ଼ । ଆଜି ଦାନ୍ତେୱାଡା ଡାକ୍ତରଖାନାରୁ ଯବାନଙ୍କ ମର ଶରୀରକୁ ଦାନ୍ତେୱାଡା ପୋଲିସ ପଡିଆକୁ ନିଆଯାଇଛି । ତୋପ ସଲାମି ପରେ ଘରକୁ ପଠାଯାଉଛି ପାର୍ଥିବ ଶରୀର । କିଏ ନିଜ ଭାଇକୁ ତ କିଏ ନିଜ ସ୍ୱାମୀଙ୍କୁ ହରାଇଛି । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ପରିବେଶ ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପୋଲିସ ପଡିଆକୁ ଯାଇ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦଙ୍କ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ କାନ୍ଧ ଦେଇଛନ୍ତି । ସହିଦଙ୍କ ପରିବାର ସହ କଥା ହେଲେ ବାଘେଲ ।

ସୂଚନାରହିଛି ଯେ, ଯେଉଁ ସ୍ଥାନରେ ନକ୍ସଲ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳର ସ୍ଥିତି ଦେଖିବା ସହ ସମୀକ୍ଷା କରିବେ । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁଠି ତ୍ରୁଟି ରହିଲା ସେ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହି ସମୟରେ ଛତିଶଗଡ଼ ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଯବାନଙ୍କ ତରଫରୁ ଜଣେ ଉଚ୍ଚ ଅଧିକାରୀ ଉପସ୍ଥିତ ରହିବେ ।
#WATCH | "The sacrifice of our jawans will not go in vain. Action will be taken against the Naxals in the area. This incident will not affect our morale and we will continue our fight," says Chhattisgarh CM Bhupesh Baghel on Dantewada Naxal attack pic.twitter.com/C1fiVmlTIL
— ANI (@ANI) April 27, 2023
ସୂଚନାଥାଉ ଯେ, ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ଗତକାଲି ହୋଇଥିବା ନକ୍ସଲ ଆଟାକରେ ଡିଆରଜିର ୧୦ ଜଣ ଯବାନ ଓ ଗାଡ଼ିର ଡ୍ରାଇଭର ସହିଦ ହୋଇଛନ୍ତି । ଛତିଶଗଡ଼ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (DRG) ର ଏକ ଟିମ୍ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ରାସ୍ତା କଡ଼ରେ ଥିବା କିଛି ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ହମଲା ପାଇଁ ନକ୍ସଲମାନେ ବିପୁଳ ପରିମାଣର ବିସ୍ଫୋରକ ବ୍ୟବହାର କରିଛନ୍ତି ।












Click it and Unblock the Notifications