Get Updates
Get notified of breaking news, exclusive insights, and must-see stories!

୨ଘଣ୍ଟାରେ ୨୧କିମି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ୨ ଘଣ୍ଟାରେ ୨୧ କିମି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁ -କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା, ରବିବାର କଶ୍ମୀର ମାରାଥନକୁ ପତକା ଦେଖାଇ ଉଦଘାଟନ କରିଛନ୍ତି । ଯେଉଁଥିରେ ୧୩ଦେଶର ୨,୦୦୦ରୁ ଅଧିକ ଆଥଲେଟ ଭାଗ ନେଇଥିଲେ । ଏହା ଘାଟିରେ ଆୟୋଜିତ ପ୍ରଥମ ଅନ୍ତରାଷ୍ଟ୍ରୀୟ ଆଥଲେଟିକ କାର୍ଯ୍ୟକ୍ରମ ଥିଲା ।

ଓମାର ଅବଦୁଲ୍ଲା ଆଜି ରାସ୍ତାରେ ଦୌଡ଼ି ନିଜ ଫିଟନେସର ପ୍ରମାଣ ସମସ୍ତଙ୍କୁ ଦେଇଛନ୍ତି। କଶ୍ମୀର ମାରାଥନରେ ସେ ଭାଗ ନେଇ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ୨ ଘଣ୍ଟାରେ ୨୧ କିମି ବାଟ ଦୌଡ଼ି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ନ୍ୟାଶନାଲ କନଫରେନ୍ସର ୫୪ ବର୍ଷୀୟ ଓମାର ଅବଦୁଲ୍ଲା ନିଜ ଏକ୍ସ ଆକାଉଣ୍ଟରେ ମାରାଥନ ସମ୍ପର୍କରେ ଅପଡେଟ ଦେବା ସହ ଦୌଡ଼ିବା ବେଳର ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି,"ଆଜି ମୁଁ ମୋ ଉପରେ ବେଶ ସନ୍ତୁଷ୍ଟ ରହିଛି।

ମୁଁ କଶ୍ମୀର ହାଫ ମାରଥାନ ଶେଷ କରିଛି। ମୁଁ ହାରାହାରି ୫ ମିନିଟ ୫୪ ସେକେଣ୍ଡରେ ଗୋଟିଏ ଲେଖାଏ କିମି ଅତିକ୍ରମ କରିଛି। ଏପରି ଭାବେ ମୁଁ ୨୧ କିମି ବାଟ ଦୌଡ଼ିଛି।ଉମର ଅବ୍ଦୁଲ୍ଲା କହିଛନ୍ତି କି, ମୁଁ ନିଜ ଜୀବନରେ କେବେ ବି ୧୩କିଲୋମିଟରରୁ ଅଧିକ ଦୌଡ଼ି ନାହିଁ ଏବଂ ତାହା ବି କେବଳ ଗୋଟିଏ ଥର ।

Omar Abdullah

ଆଜି ମୁଁ ମୋ ଭଳି ଅନ୍ୟ ଧାବକମାନଙ୍କ ଉତ୍ସାହରେ ପ୍ରେରଣା ପାଇ ଆଗକୁ ବଢୁଛି । କୌଣସି ଉଚିତ ପ୍ରଶିକ୍ଷଣ ନୁହେଁ, କୌଣସି ଦୌଡ଼ିବାର ଯୋଜନା ନାହିଁ । ରାସ୍ତାରେ ଏକ କଦଳୀ ଏବଂ ଗୋଟିଏ ଖଜୁରୀ ଖାଇଛି । ସବୁଠାରୁ ଭଲ କଥା ଏହା କି ମୁଁ ନିଜ ଘର ପାଖରେ ଦୌଡ଼ୁ ଥିଲି ସେତେବେଳେ ପରିବାର ଏବଂ ଅନ୍ୟ ଲୋକେ ମୋତେ ଉତ୍ସାହିତ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+