ଡାଲମିଆ ସିମେଣ୍ଟ ପ୍ଲାଷ୍ଟ ଅଘଟଣ: ମୃତ ପରିବାରକୁ ମିଳିବ ୨୫ ଲକ୍ଷ ଟଙ୍କାର
ଡାଲମିଆ ସିମେଣ୍ଟ ପ୍ଲାଷ୍ଟ ଅଘଟଣରେ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଉଛି । ୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଏବଂ ଜଣଙ୍କ ପରିଚୟ ମିଳିଛି, ତାଙ୍କ ନାଁ ହେଲା ଦାଶରଥୀ ପାତ୍ର । ମୃତ ଦେବ ପୋଷ୍ଟମର୍ଟ ପାଇ ପଠାଯାଇଛି । କମ୍ପାନୀ ପକ୍ଷରୁ ମୃତ ଦାଶରଥୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ପ୍ଲାଣ୍ଟ ପକ୍ଷରୁ ସହାୟତା ଘୋଷଣା ନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ମୃତ ଦାଶରଥୀଙ୍କ ୨ ପିଲାଙ୍କ ପାଠପଢା ଖର୍ଚ୍ଚ ସହ ସ୍ତ୍ରୀଙ୍କୁ ଚାକିରି ମଧ୍ୟ ଦିଆଯିବା ନେଇ ଘୋଷଣା କରାଯାଇଛି । ୨ ମୃତକଙ୍କ ପରିଚୟ ମିଳିବା ପରେ ପରିବାର ସହ କଥା ହେବୁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ ଗତ ୧୬ ତାରିଖ ସନ୍ଧ୍ୟାରେ କୋଇଲା ହପର୍ ଭୁଶୁଡ଼ି ଅଘଟଣା ଘଟିଥିଲା ।












Click it and Unblock the Notifications