ଦଳାଚକଟା ଘଟଣା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ତାମିଲ ସୁପରଷ୍ଟାର ବିଜୟଙ୍କ ପକ୍ଷରୁ ଆୟୋଜିତ ରାଲିରେ ହୋଇଥିବା ଦଳାଚକଟା ଘଟଣାର ମୃତ୍ୟୁସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ଶନିବାର ତାମିଲନାଡୁର କରୁର୍‌ରେ ଏହି ରାଲି କରିଥିଲା। ଶନିବାର ହୋଇଥିବା ଦଳଚକଟାରେ ୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରବିବାର ଚିକିତ୍ସାଧୀନ ଆହତଙ୍କ ମଧ୍ୟରୁ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଗଠନ କରାଯାଇଥିବା ବିଚାର ବିଭାଗୀୟ କମିସନ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଗଠିତ ଜଣକିଆ କମିସନ ରବିବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଅଭିନେତା ବିଜୟ ସମବେଦନା ଜଣାଇଛନ୍ତି।

bijay

ବିଜୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଏହା ଏକ ଅପୂରଣୀୟ କ୍ଷତି। କୌଣସି ଶବ୍ଦ ଆତ୍ମୀୟସ୍ବଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଦୁଃଖକୁ ଦୂର କରିପାରିବ ନାହିଁ। ଏହା ସହିତ ବିଜୟ ପ୍ରତି ମୃତକଙ୍କ ପରିବାର ପାଇଁ ୨୦ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପୋଷ୍ଟରେ ଏହି ରାଜନୈତିକ ରାଲିରେ ଘଟିଥିବା ଅଘଟଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପିଛା ୨ଲକ୍ଷ ଟଙ୍କା ଓ ଆହତଙ୍କ ପିଛା ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ତାମିଲନାଡୁ ସରକାର ମୃତ ଓ ଆହତଙ୍କ ପିଛା ଯଥାକ୍ରମେ ୧୦ଲକ୍ଷ ଓ ୧ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟା ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ପ୍ରଭାବିତ ବ୍ୟକ୍ତିଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାହୁଲ କଂଗ୍ରେସ କର୍ମୀଙ୍କୁ ନିବେଦନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+