ଜୁନରୁ ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ
ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ ଆଣ୍ଡ ନେଟୱାର୍କ (B-MAAN) ଯୋଜନା ଅଧୀନରେ ଏହି ଦୈନିକ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ।

ସେ ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ନୂତନ ଗନ୍ତବ୍ୟ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଓଡ଼ିଶା ପାଇଁ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ସଂଯୋଗୀକରଣ ପାଇଁ ନୂତନ ରାସ୍ତା ଖୋଲିବ। ଇଣ୍ଡିଗୋ ଦ୍ୱାରା ଏହି ବିମାନ ସେବା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।












Click it and Unblock the Notifications