Get Updates
Get notified of breaking news, exclusive insights, and must-see stories!

୬ ହଜାର ଟପିଲା ଦୈନିକ ସଂକ୍ରମଣ, ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

Corona news: ପୁଣି ଚିନ୍ତା ବଢାଇଲାଣି ମହାମାରୀ କରୋନା । ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୬ ହାଜର ୫୦ କରୋନା ପଜିଟିଭ୍ । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮ ହଜାର ୩୦କୁ ବୃଦ୍ଧି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୦୫୦ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି । ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଛି । ତେବେ ଗତକାଲି ତୁଳନାରେ ୧୩ ପ୍ରତିଶତ
ଅଧିକ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ୫,୩୩୫ ଟି ନୂଆ କରୋନା ମାମଲା ଚିହ୍ନଟ କରାଯାଇଥିଲା ।

CORONA

୧୪ ରୋଗୀଙ୍କ ମୃତ୍ୟୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଏହା ସହିତ କରୋନା ଜୀବାଣୁ ଯୋଗୁଁ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୪୩କୁ ବୃଦ୍ଧି ପାଇଛି । ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୪୧ ଲକ୍ଷ ୮୫ ହଜାର ୮୫୮ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଗୁରୁବାର ଦିନ ୨୩୩୪ ଜଣ କରୋନା ଟିକା ନେଇଛନ୍ତି । ଏହା ସହିତ ସାରା ଦେଶରେ ୨,୨୯,୬୬,୨୦,୭୦୦ ଟିକାକରଣ ହୋଇସାରିଛି । ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ୧୦ ଜାନୁୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା ।

କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ଯାଉଛି । ସବୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସମୀକ୍ଷା । ବୈଠକରେ ସ୍ୱାସ୍ଥ୍ୟ ବିଭାଗ, NTAGI ଅଧିକାରୀ ସାମିଲ୍ ହେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+