ପତଞ୍ଜଳୀ କମ୍ପାନୀ ବିରୋଧରେ କୋର୍ଟରେ ପହଁଞ୍ଚିଲା ଡାବର, ଜାଣନ୍ତୁ କଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ: ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି ଡାବର । ଡାବର କମ୍ପାନୀ କହିଛି ଯେ, ପତଞ୍ଜଳି ନିଜ ବିଜ୍ଞାପନରେ ତାଙ୍କ ଚ୍ୟବନପ୍ରାଶକୁ ବଦନାମ କରୁଛି। ମଙ୍ଗଳବାର ଜଷ୍ଟିସ ମିନି ପୁଷ୍କର୍ଣ୍ଣାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଅଦାଲତ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି। ଜାନୁଆରୀ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେତେବେଳେ ଅନ୍ତରୀଣ ଆଶ୍ଵସ୍ତି ଉପରେ ବିଚାର କରାଯିବ।

ଡାବର କହିଛି ଯେ, ପତଞ୍ଜଳି ବିଜ୍ଞାପନରେ ବାବା ରାମଦେବ ମିଥ୍ୟା ଦାବି କରୁଛନ୍ତି ଯେ, କେବଳ ପତଞ୍ଜଳିର ଚ୍ୟବନପ୍ରାଶ ଅସଲୀ। ଅନ୍ୟ ସମସ୍ତ ବ୍ରାଣ୍ଡଗୁଡ଼ିକୁ ଆୟୁର୍ବେଦ ବିଷୟରେ ଜ୍ଞାନ ନାହିଁ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ପତଞ୍ଜଳି ଆୟୁର୍ବେଦ ବିରୋଧରେ ମାମଲା ଦାୟର କରିଛି ଡାବର।

Dabur moves HC against Patanjali over Chyawanprash ad campaign

ପତଞ୍ଜଳିର ସେହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି ଯେଉଁଥିରେ ଅନ୍ୟ ବ୍ରାଣ୍ଡର ଚ୍ୟବନପ୍ରାଶଗୁଡ଼ିକୁ ନିମ୍ନ ମାନର ବୋଲି ଦର୍ଶାଯାଇଛି। ଚ୍ୟବନପ୍ରାଶ ​‌କ୍ଷେତ୍ର​‌ରେ ୬୧.୬% ବଜାର ଅଂଶୀଦାର ଥିବା ଡାବର କହିଛି ଯେ, ଏହି ବିଜ୍ଞାପନ କେବଳ ଏହାର ପ୍ରତିଯୋଗୀଙ୍କୁ ବଦନାମ କରୁନାହିଁ, ବରଂ ଏହା ଅନ୍ୟ ବ୍ରାଣ୍ଡର ସୁରକ୍ଷା ବିଷୟରେ ଅନାବଶ୍ୟକ ଚିନ୍ତା ମଧ୍ୟ ବଢାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+