ବିଶ୍ୱର ସବୁଠୁ ସାନ ଖେଳାଳୀ ଭାବେ ଇତିହାସ ରଚିଲେ ଭାରତର ଡି ଗୁକେଶ , ହେଲେ ବିଶ୍ୱ ଚେସ୍ ଚାମ୍ପିୟନ
ଇତିହାସ ଚରିଲେ ଭାରତର ଡି ଗୁକେଶ। ବିଶ୍ବର ସବୁଠୁ ସାନ ଖେଳାଳୀ ଭାବେ ହେଲେ ବିଶ୍ବ ଚେସ୍ ଚାମ୍ପିୟନ । ୧୪ତମ ବିଶ୍ବ ଚାମ୍ପିୟନସିପରେ ଗତଥର ଚାମ୍ପିୟନ ସିଙ୍ଗାପୁର ଡିଙ୍ଗ ଲିରେନଙ୍କୁ ହରାଇଲେ ୧୮ବର୍ଷିୟ ଖେଳାଳୀ । ଗୁରୁବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଏବଂ ତଙ୍କ ପ୍ରତିଦ୍ୱନ୍ଦ୍ୱୀ ଚୀନର ଡିଙ୍ଗ୍ ଲିରେନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।
୧୩ଶ ବାଜି ପର୍ଯ୍ୟନ୍ତ ଉଭୟଙ୍କ ପଏଣ୍ଟ ୬.୫ ସହ ମ୍ୟାଚ୍ ଡ୍ର ଥିଲା। ହେଲେ ୧୪ଶ ବାଜି ମଧ୍ୟ ଡ୍ର ଆଡକୁ ଯାଉଥିବା ଡିଙ୍ଗ୍ ନିଜର ୫୩ତମ ମୁଭରେ ଭୁଲ୍ କରିଥିଲେ। ଯାହାର ଫାଇଦା ଉଠାଇବାରେ ସଫଳ ହୋଇଥିଲେ ଗୁକେଶ। ସଫଳ ରଣନୀତି ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇ ୭.୫- ୬.୫ ପଏଣ୍ଟ ସହ ଏହି ମ୍ୟାଚକୁ ଜିତି ନେଇଥିଲେ ଗୁକେଶ। ମ୍ୟାଚ୍ ଜିତିବା ପରେ ଏହାକୁ ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଦିନ ବୋଲି କହିଛନ୍ତି ଗ୍ରାଣ୍ଡମାଷ୍ଟର ଡି ଗୁକେଶ।

ଏହି ଅବିଶ୍ୱସନୀୟ ସଫଳତା ହାସଲ କରିବାରେ ଗୁକେଶ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ବିଶ୍ବନାଥନଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସଫଳତାର ହେଲେ ଅଧିକାରୀ। ଗୁକେଶ ଋଷର ଲିଜେଣ୍ଡ ଗେରି କାସପାରୋଭଙ୍କ ରେକର୍ଡ ଭାଙ୍ଗି ସବୁଠୁ ସାନ ଖେଳାଳି ଭାବେ ଏହି ସଫଳତା ପାଇଁଛନ୍ତି। ୧୯୮୫ ମସିହାରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଗୁକେଶ। ଗୁକେଶ ୭.୫ -୬.୫ରେ ଡିଙ୍ଗ ଲିରେନଙ୍କୁ ହରାଇଛନ୍ତି।












Click it and Unblock the Notifications