Get Updates
Get notified of breaking news, exclusive insights, and must-see stories!

ୱର୍ଲି ଶ୍ମଶାନରେ ସାଇରସ୍ ମିସ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ସାମିଲ ହେଲେ ଅମ୍ବାନୀ

ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କୁ ଅନ୍ତିମ ସଂସ୍କାର କରାଯାଇଛି।

ମୁମ୍ବାଇ: ଟାଟା ସନ୍ସଙ୍କ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ମଙ୍ଗଳବାର ଶେଷକୃତ୍ୟ ମୁମ୍ବାଇର ୱର୍ଲି ଶ୍ମଶାନରେ ପାରସୀ ରୀତିନୀତିରେ ସମ୍ପନ୍ନ ହୋଇଛି। ଉଦ୍ୟୋଗପତି ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ,ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଓ ମିଲିନ୍ଦ ଦେଓଡା ମଧ୍ୟ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।

cyrus mistry

ରବିବାର ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ଅହମଦାବାଦରୁ ମୁମ୍ବାଇ ଯାତ୍ରା ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା କାର। ଫଳରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିରେ ବରିଷ୍ଠ ଉଦ୍ୟୋଗପତି ରତନ ଟାଟାଙ୍କ ସାବତ ମା ସିମୋନ ଟାଟା ମଧ୍ୟ ଯୋଗଦେଇଥିଲେ। ତେବେ ସିମୋନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ହେଉଛି । କାରଣ ପୂର୍ବରୁ ଟାଟା ଓ ସାଇରସ ମିସ୍ତ୍ରୀଙ୍କ ସମ୍ପର୍କ ସେତେଟା ଭଲ ନଥିଲା । ୱର୍ଲି ଶ୍ମଶାନ ପାରସୀଙ୍କ ଶବ ସଂସ୍କାର ଲାଗି 2015 ମସିହାରେ ପ୍ରତିଷ୍ଠା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+