ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ
ମିଳୁନି ସିଲିଣ୍ଡର । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସରକାର କହୁଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ରହିଛି ଗ୍ୟାସ୍ ସିଲିଣ୍ଡର । କିନ୍ତୁ ହିନସ୍ତା ହେଉଛନ୍ତି ଖାଉଟି । କିଛି ଅସାଧୁ ବ୍ୟବସାୟୀ ଗ୍ୟାସର କଳାବଜାରୀ କରୁଛନ୍ତି । ଏପରିକି ବେଆଇନ ଭାବେ ଗଚ୍ଛିତ ରଖୁଛନ୍ତି । ତେବେ ଏହି ସମସ୍ୟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଘରୁ ୫୫ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ହାପୁରରେ ପ୍ରଶାସନ ସିଲିଣ୍ଡର କଳାବଜାରୀ ରୋକିବାକୁ ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ଚଢଉ କରୁଛି । ତେବେ ଚଢଉ ବେଳେ ଅବଦୁଲ ରେହାନ ନାମକ ଜଣେ ସ୍ଥାନୀୟ ନେତାଙ୍କ ଘରୁ ୫୫ଟି ଭର୍ତ୍ତି ଥିବା ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି ।
ପ୍ରଶାସନର କହିବାନୁସାରେ, କିଛି ଦିନ ଧରି ଗ୍ୟାସ୍ କଳାବଜାରୀ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ଲୋକେ ଗ୍ୟାସ୍ ପାଉନଥିଲେ । କିଛି ବ୍ୟକ୍ତି ଏହାର ଫାଇଦା ନେଇ ଘରେ ଗ୍ୟାସ୍ ଲୁଚାଇ ରଖୁଛନ୍ତି । ଏହାକୁ ସେମାନେ ତଢା ଦରରେ ବିକ୍ରି କରୁଛନ୍ତି । ଯାହା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରି ଅବଦୁଲଙ୍କ ଘରେ ରେଡ୍ କରିଥିଲା । ତାଙ୍କ ଘରେ ଏତେ ସିଲିଣ୍ଡର ଥିବା ଦେଖି ଅଧିକାରୀମାନେ ଚକିତ ହୋଇଯାଇଥିଲେ ।
ରେଡ୍ ପରେ ଘରୁ ଗୋଟିଏକୁ ଦୁଇଟି ନୁହେଁ ବରଂ ୫୫ଟି ସିଲିଣ୍ଡର ବାହାରିଥିଲା । ସମସ୍ତ ସିଲିଣ୍ଡରକୁ ଜବତ କରାଯାଇଛି । ଏତେ ସବୁ ସିଲିଣ୍ଡର ଏଠାକୁ କେମିତି ଆସିଲା ସେନେଇ ତଦନ୍ତ ଚାଲିଛି । ଏହାକୁ ସେ ଆଗାମୀ ଦିନରେ କଳାବଜାରୀ କରିଥାନ୍ତେ । କିନ୍ତୁ କାରନାମା ପୂର୍ବରୁ ପ୍ରଶାସନ ଏହାର ପର୍ଦ୍ଦାଫାସ କରିଛି ।
ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପାଞ୍ଚ-ସାତ ଦିନ ଧରି ଠିକସେ ସିଲିଣ୍ଡର ମିଳୁନି । ଏହି ସମୟରେ ଏତେ ସଂଖ୍ୟକ ସିଲିଣ୍ଡର ମିଳିବା ସାଧାରଣ କଥା ନୁହେଁ । ଏହାପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କୁ ଗିରଫ କରିବାକୁ ହାପୁରବାସୀ ଦାବି କରୁଛନ୍ତି ।
ଅନ୍ୟ ଦିଗରେ ଏହି ସିଲିଣ୍ଡର ନେଟଓ୍ୱର୍କର ତଦନ୍ତ ଆରମ୍ଭ ହୋଇଛି । କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି । କେଉଁ ଗ୍ୟାସ୍ ଏଜେନ୍ସି ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ୍ ନିଆଯିବ ବୋଲି ଅଧିକାରୀ କହିଛନ୍ତି । ଏହାବାଦ୍ ଆଉ କିଛି ଜାଗାରେ ପ୍ରଶାସନ ପକ୍ଷରୁ ଚଢଉ ଜାରି ରହିଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
LPG ସଙ୍କଟ ! ଭାରତୀୟ ରେଳରେ ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ -
CAPF ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ -
ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ, ସଂସଦରେ ରାହୁଲ- ରବି ଶଙ୍କର ମୁହାମୁହିଁ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
Ganga Expressway: ଭାରତର ସବୁଠାରୁ ବଡ଼ ଗ୍ରିନଫିଲ୍ଡ ଏକ୍ସପ୍ରେସୱେ, ଅଞ୍ଚଳୀୟ ବିକାଶକୁ ଦେବ ନୂଆ ଗତି -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
LPG ଦର ବୃଦ୍ଧିକୁ ନେଇ ବିବାଦ: ଭାରତର ନୀତି ନୁହେଁ, ବରଂ ଗ୍ଲୋବାଲ୍ ଏନର୍ଜି ଝଟକା ମୂଳ କାରଣ -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ











Click it and Unblock the Notifications