ଉପକୂଳ ଅତିକ୍ରମ କଲା ବାତ୍ୟା 'ରେମାଲ'

Cyclonic Storm 'Remal': ଉପକୂଳ ଅତିକ୍ରମ କଲା ବାତ୍ୟା 'ରେମାଲ' । ରାତି ପ୍ରାୟ ୧୦ରୁ ୧୨ଟା ମଧ୍ୟରେ ଭୀଷଣ ବାତ୍ୟା ଭାବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଛି । ଦକ୍ଷିଣପଶ୍ଚିମ ମୋଙ୍ଗାଲା ନିକଟବର୍ତ୍ତୀ ସାଗର ଦ୍ୱୀପ ଓ ଖେପୁପରା ଦେଇ ଅତିକ୍ରମ କରିଛି 'ରେମାଲ' । ଲ୍ୟାଣ୍ତଫଲ ବେଳେ ଅନେକ ସ୍ଥାନରେ ୧୩୫ କିମି ବେଗରେ ପବନ ବହିଥିଲା ।

Cyclonic Storm Remal

ଘୂର୍ଣ୍ଣିବଳୟ 'ରେମାଲ' ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଏହା ପ୍ରଭାବରେ କୋଲକାତା ସହରର ଅନେକ ସ୍ଥାନରେ ଲଗାତାର ବର୍ଷା ଜାରି ରହିଛି ଏବଂ ପ୍ରବଳ ପବନ ବହୁଛି। ବର୍ଷା ହେତୁ ତାପମାତ୍ରା ହ୍ରାସ ପାଇଛି।

ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କଲା 'ରେମାଲ' । ବିଭିନ୍ନ ସ୍ଥାନରେ ବଡ଼ଗଡ଼ ଗଛ ଉପୁଡ଼ାବା ସହ ଭାଙ୍ଗିଲା ଘର । ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା । ସେହିପରି ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗରେ ଗତି କରୁଛି ।

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+