ବାତ୍ୟା ୟଶ ସମୀକ୍ଷା : ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବାତ୍ୟା ୟଶର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବାତ୍ୟା ୟଶରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳ ବୁଲି ଦେଖିବେ ବୋଲି ସୂଚନା ମିଳିଛି । ଏହାସହିତ ପଶ୍ଚିମବଙ୍ଗର ମେଦିନୀପୁରରେ ମଧ୍ୟ ବୁଲି ବାତ୍ୟା ସମୀକ୍ଷା କରିବେ । ସେହିଠାରେ ବାତ୍ୟା ସଂକ୍ରାନ୍ତରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେଇ ବାତ୍ୟା କ୍ଷୟକ୍ଷତି ଉପରେ ପୁଙ୍ଖନୁପୁଙ୍ଖ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।












Click it and Unblock the Notifications