ଆସୁଛି ବାତ୍ୟା 'ଆସ୍ନା' ! ବିଗିଡିବ ଗୁଜୁରାଟ ସ୍ଥିତି
Asna Cyclone: ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ଗୁଜୁରାଟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକ ମୃତ୍ୟୁ ଘଟିଛି । ହେଲେ ଗୁଜୁରାଟ ଆଡକୁ ଆଉ ଏକ ବିପଦ ମାଡ଼ି ଆସୁଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗୁଜୁରାଟ ସୌରାଷ୍ଟ୍ର-କୁଚ ଅଞ୍ଚଳରେ ଆବର ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଓମାନ ଉପକୂଳ ଆଡ଼କୁ ଗତି କରୁଛି । ଯାହା ପ୍ରଭାବରେ କୁଚ ଏବଂ ସୌରାଷ୍ଟ୍ରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗୁଜୁରାଟର ସୌରାଷ୍ଟ୍ର-କୁଚ୍ ଅଞ୍ଚଳରେ ଘୂର୍ଣ୍ଣିବଳୟ 'ଆସନା' ଲୋକଙ୍କ ସମସ୍ୟାକୁ ଆହୁରି ବଢାଇବ । ଆରବ ସାଗରରେ ଏକ ସାଇକ୍ଲୋନିକ୍ ଝଡ଼ ଆସନା ସୃଷ୍ଟି ହେଉଛି। 1976 ପରଠାରୁ ପ୍ରଥମ ଥର ପାଇଁ ଗୁଜୁରାଟକୁ ଏପରି ବତ୍ୟା ଆସିବାର ସମ୍ଭାବନା ରହିଛି । କୁଚ ଏବଂ ସୌରାଷ୍ଟ୍ରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି କ୍ଷେତ୍ରଗୁଡ଼ିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଆଗାମୀ କିଛି ଦିନ ସମୁଦ୍ର ମଧ୍ୟ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗ କହିଛି ଯେ 1976 ପରଠାରୁ ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ଏଭଳି ବତ୍ୟା ଆରବ ସାଗରରେ ସୃଷ୍ଟି ହେଉଛି । ପାଣିପାଗ ବିଭାଗ କହିଛି ଯେ ଏହି ଘୂର୍ଣ୍ଣିବଳୟ ଅଗଷ୍ଟ 30 ରେ ଆରବ ସାଗରରେ ସୃଷ୍ଚି ହେବ ଏବଂ ଏହା ଓମାନ ତଟ ଆଡକୁ ଗତି କରିବ। ସେହିପରି ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଗୁଜରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳ ତଥା ସାମୁଦ୍ରିକ ଅଞ୍ଚଳରେ 60-65 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୁଚ ନିକଟରେ ଏବଂ ଉତ୍ତର-ପୂର୍ବ ଆରବ ସାଗରରେ ବାହାରି ପାକିସ୍ତାନ ଉପକୂଳରେ ଗରି ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ପରବର୍ତ୍ତୀ ସମୟରେ ଭୟଙ୍କର ବାତ୍ୟାର ରୁପ ନେବାର ସମ୍ଭାବନା ରହିଛି । ଅଗଷ୍ଟ ୧୮୯୧ ରୁ ୨୦୨୩ ପର୍ଯ୍ୟନ୍ତ ଆରବ ସାଗରରେ କେବଳ 3ଟି ସାଇକ୍ଲୋନିକ ଝଡ ସୃଷ୍ଟି ହୋଇଛି।
ପାଣିପାଗ ବିଭାଗ କହିଛି ଯେ, ୧୯୭୬ ପରଠାରୁ ଅଗଷ୍ଟରେ ଆରବ ସାଗରରେ ଏହା ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା । ଆଇଏମଡି ପୂର୍ବାନୁମାନ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ, ଭାରତୀୟ ଉପକୂଳଠାରୁ ଦୂରେଇ ଯିବ। ଆଇଏମଡି କହିଛି ଯେ କୁଚ-ଭୁଜ ଏବଂ ଉତ୍ତର-ପୂର୍ବ ଆରବ ସାଗର ଏବଂ ପାକିସ୍ଥାନର ଏହାର ଆଖପାଖ ଅଞ୍ଚଳରେ ଏହା ବୃଦ୍ଧି ପାଉଛି ।












Click it and Unblock the Notifications