ମାଡି ଆସୁଛି ବାତ୍ୟା 'ତଉକ୍ତେ' : କେରଳ ପାଇଁ ରେଡ୍ ଆଲର୍ଟ, ଆଜିଠାରୁ ଏହି ସବୁ ରାଜ୍ୟରେ ବର୍ଷା
ମାଡି ଆସୁଛି ବାତ୍ୟା ତଉକ୍ତେ । କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ଗୁଜୁରାଟ ଆଦି 5 ରାଜ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି
ନୂଆଦିଲ୍ଲୀ: ମାଡି ଆସୁଛି ବାତ୍ୟା ତଉକ୍ତେ । ଏହା ହେଉଛି 2021ର ପ୍ରଥମ ବାତ୍ୟା । ଆରବ ମହାସାଗରରେ ବଳ ଗୋଟାଉଥିବା ବେଳେ କିଛି ରାଜ୍ୟରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ଗୁଜୁରାଟ ଆଦି 5 ରାଜ୍ୟରେ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଏହାସହିତ କେରଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଉକ୍ତ 5 ରାଜ୍ୟରେ ଆଜି ଠାରୁ ଲଘୁଚାପ ବର୍ଷା ଆରମ୍ଭ ହେବ । ମେ 16 ତାରିଖରେ ଏହା ବାତ୍ୟାର ରୂପ ନେବ।

ଯାହାର ପ୍ରଭାବରେ ଘଣ୍ଟାପ୍ରତି 80 କିଲୋମିଟର ବେଗରେ ପବନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର କିଛି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ ଲୋକମାନଙ୍କୁ ସତର୍କ ରହିବାକୁ କହିବା ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ମାନିବାକୁ ଅପିଲ୍ ମଧ୍ୟ କରିଛନ୍ତି ।
ବାତ୍ୟା ତଉକ୍ତେର ଅଧିକାଂଶ ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ଲାକ୍ଷାଦ୍ୱୀପ, ଗୋଆ, ମହାରାଷ୍ଟ୍ର ଆଦି ଉପରେ ରହିବ। ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ସେଥିପାଇଁ 17 ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି ।












Click it and Unblock the Notifications