ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ୩୫ ଜଣଙ୍କ ମୃତ୍ୟୁ,ବଢିପାରେ ମୃତ୍ୟୁ ସଂଖ୍ୟା
ସାମୁଦ୍ରିକ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ୩୫ ଜଣଙ୍କ ମୃତ୍ୟୁ,ବଢିପାରେ ମୃତ୍ୟୁ ସଂଖ୍ୟା
ଢାକା: ବାଂଲାଦେଶରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ୨୪ ଘଣ୍ଟାରେ ଗଲାଣି ୩୫ଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।ଲ୍ୟାଣ୍ତଫଲ ସମୟରେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶରେ ଲ୍ୟାଣ୍ତଫଲ କରିଥିଲା ବାତ୍ୟା 'ସିତ୍ରାଙ୍ଗ' ।

ଏଥିସହିତ ଉପକୂଳରେ ଥିବା ଅନେକ ଗଛ ଉପୁଡି ପଡିବା ସହିତ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ କ୍ଷୟକ୍ଷତି ଆକଳନ କରାଯାଇ ନାହାଁନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ରହିଛି । ବିଦ୍ୟୁତ ସରବାରାହ ବନ୍ଦ ଯୋଗୁଁ ଅନେକ ଅଞ୍ଚଳ ଏବେ ଅନ୍ଧାରରେ ।
ସେହିପରି ଆସାମରେ ବାତ୍ୟା 'ସିତ୍ରାଙ୍ଗ'ରେ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ହୋଇଛନ୍ତି । ୮୩ଟି ଗାଁର ୧୧୪୬ ଲୋକ ପ୍ରଭାବିତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ରହିଛି । ବହୁ ସଂଖ୍ୟାରେ ଘର, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଥିବାରୁ ଲୋକେ ହନ୍ତସନ୍ତ ।












Click it and Unblock the Notifications