Cyclone: ଦୁର୍ବଳ ହେଉଛି ସେନ୍ୟାର, ବଳ ଗୋଡାଉଛି ଦିତ୍ବା
ଇଣ୍ଡୋନେସିଆର ମାଲାକା ଅଞ୍ଚଳରେ ଲ୍ୟାଣ୍ଡଫଲ ପରେ ଦକ୍ଷିଣ-ପୂର୍ବ ଦିଗରେ ଅଗ୍ରସର ହେଉଛି ବାତ୍ୟା ସେନ୍ୟାର । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ବାତ୍ୟା ଆଗକୁ ବଢୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଯିବ ସେନ୍ୟାର । ମାଲାକା ସମୁଦ୍ର ସନ୍ଧି ଅଞ୍ଚଳରେ ସୃଷ୍ଟି ହୋଇ ମାତ୍ର କେଇ ଘଣ୍ଟାରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ସେନ୍ୟାର । ଆଜି ସକାଳୁ ବାତ୍ୟା ସେନ୍ୟାର ଗଭୀର ଅବପାତର ରୂପ ନେଇଥିବା ବେଳେ ଅପରାଣହରେ ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହେବ । ସେପଟେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି ।
ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଘନୀଭୂତ ହେବା ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଅଧିକ ଘନିଭୂତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁଇବ । ୨୯ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଯଦି ବାତ୍ୟା ସୃଷ୍ଟି ହୁଏ, ଏହାର ନାଁ ରହିବ ଦିତ୍ବା । ଏହାର ବିଶେଷ ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ରହିବ ନାହିଁ । ଡିସେମ୍ବର ୧ ଓ ୨ ତାରିଖରେ ରାଜ୍ୟରେ କାଁଭାଁ ବର୍ଷା ହୋଇପାରେ ।

-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications