ଦୁର୍ବଳ ହେଲା ବାତ୍ୟା 'ରେମାଲ'

Cyclone Remal: ଦୁର୍ବଳ ହେଲା ବାତ୍ୟା 'ରେମାଲ' । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ ୬ ଘଣ୍ଟା ହେଲା ୧୫ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା 'ରେମାଲ', ଆଉ କିଛି ସମୟ ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇଯିବା ନେଇ ସୂଚନା ରହିଛି । ସୋମବାର ପଶ୍ଚିମବଙ୍ଗରେ ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ' ପ୍ରଭାବ ଦେଖିବାକୁ ମିଳିଛି ।

Cyclone Remal

ଏଠାରେ ଘଣ୍ଟା ପ୍ରତି 135 କିଲୋମିଟର ବେଗରେ ପବନ ବହୁଛି ଏବଂ ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା କାରଣରୁ ଅନେକ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ପଡିଛି ଏବଂ ଦ୍ୟୁତିକ ପୋଲ ଭାଙ୍ଗିଯାଇଥିବାର ଦେଖିବାକୁ ମିଳୁଛି । ପବନର ବେଗ ଏତେ ଅଧିକ ଥିଲା ଯେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡିଛି ।

ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କଲା 'ରେମାଲ' । ବିଭିନ୍ନ ସ୍ଥାନରେ ବଡ଼ଗଡ଼ ଗଛ ଉପୁଡ଼ାବା ସହ ଭାଙ୍ଗିଲା ଘର । ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା । ସେହିପରି ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗରେ ଗତି କରୁଛି ।

ସୂଚନାଥାଉ ଯେ, ରାତି ପ୍ରାୟ ୧୦ରୁ ୧୨ଟା ମଧ୍ୟରେ ଭୀଷଣ ବାତ୍ୟା ଭାବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଛି । ଦକ୍ଷିଣପଶ୍ଚିମ ମୋଙ୍ଗାଲା ନିକଟବର୍ତ୍ତୀ ସାଗର ଦ୍ୱୀପ ଓ ଖେପୁପରା ଦେଇ ଅତିକ୍ରମ କରିଛି 'ରେମାଲ' । ଲ୍ୟାଣ୍ତଫଲ ବେଳେ ଅନେକ ସ୍ଥାନରେ ୧୩୫ କିମି ବେଗରେ ପବନ ବହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+