Cyclone Remal: ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ, ୧୫ ଲକ୍ଷରୁ ଅଧିକ ଘର ନଷ୍ଟ

ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ନେଇଛି ବାତ୍ୟା । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତ୍ତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥତିର ସମୀକ୍ଷା କରିବା ସହ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ବୋଲି କହିଛନ୍ତି । ତେବେ ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମମତା ବାନାର୍ଜୀ ।

ବାତ୍ୟା ରେମାଲ ପ୍ରଭାବରେ ବାଂଲାଦେଶରେ ୧୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି । ଏଥି ମଧ୍ୟରୁ ୩୫ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Cyclone Remal

ବାତ୍ୟାରେ ବାସସ୍ଥାନ ହରାଇଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ୯ ହଜାରରୁ ଅଧିକ ଆଶ୍ରୟ ସ୍ଥଳ ଖୋଲାଯାଇଛି । ବିଭିନ୍ନ ଆଶ୍ରୟ ସ୍ଥଳରେ ପ୍ରାୟ ୮ ଲକ୍ଷ ଲୋକେ ଆଶ୍ରୟ ନେଇଛନ୍ତି ।

ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଆଇଲ୍ୟାଣ୍ଡ ଏବଂ ଖେପୁପାରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଥିଲା । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

ରବିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୀଷଣ ବାତ୍ୟା ରୂପରେ ଆରମ୍ଭ ହୋଇଥିଲା ରେମାଲର ଲ୍ୟାଣ୍ଡପଲ ପ୍ରକ୍ରିୟା । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି । ତେବେ କିଛି କିଛି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିମି ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+