ମାଡି ଆସୁଛି ବାତ୍ୟା ‘ନିଭାର’: ଆଜି ଛୁଇଁବ ସ୍ଥଳ ଭାଗ, ୧୪୫ କିମି ବେଗରେ ବହିବ ପବନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ଏବେ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ମାଡ଼ି ଚାଲିଛି।

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ଏବେ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ମାଡ଼ି ଚାଲିଛି। ତେବେ ଆଜି ରାତି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ ନିଭାର। ଏପରି କି ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି।

Nivar

ବିଭାଗର ଆକଳନ ଅନୁଯାୟୀ, ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ନିଭାର ଆଜି ସନ୍ଧ୍ୟା ସୁଦ୍ଧା ପୁଡୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ନିଭାର ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁବାର ଆଶଙ୍କା ରହିଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି।

ନିଭାରର ଲ୍ୟାଣ୍ଡଫଲ ପୂର୍ବରୁ 37 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଏନଡିଆରଏଫ ଡିଜି ଏସଏନ ପ୍ରଧାନ କହିଛନ୍ତି, ନିଭାର ଗଭୀର ବାତ୍ୟାର ରୂପ ନେଇସାଛି । ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ପ୍ରସ୍ତୁତ ରହିଛି । ଏନଡିଆରଏଫ ଟିମ ଗତ 2 ଦିନର ଧରି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସ୍ଥନରେ ମୁତୟନ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଦେଇ 25ଟି ଟିମ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+