ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ମୋନ୍ଥା, ଆନ୍ଧ୍ରର ନରସାପୁର ନିକଟରେ ସ୍ଥଳଭାଗ ଛୁଇଁଲା

ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା 'ମୋନ୍ଥା'। ଅମ୍‌ଲାପୁରମ୍‌ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍‌ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାତି ସାଢେ ୧୧ଟାରୁ ସାଢେ ୧୨ଟା ଭିତରେ ଳ୍ୟାଣ୍ଡଫଲ୍ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ପ୍ରଥମେ କାକିନାଡ଼ା, ପରେ ଅମ୍‌ଲାପୁରମ୍‌ ଶେଷରେ ଅମ୍‌ଲାପୁରମଠାରୁ ୪୫ କିଲୋମିଟର ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଯିବ ମୋନ୍ଥା ।

montha

ତେବେ ଏହି ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆନ୍ଧ୍ର କୋନାସୀମା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ମୃତ୍ୟୁ ହୋଇଛି । ସେହି କୋନାସୀମା ଜିଲ୍ଲାର ଅନ୍ୟ ଏକ ସ୍ଥାନରେ ଜଣେ ନାବାଳକ ଏବଂ ଜଣେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+