ଆରମ୍ଭ ହେଲା ‘ମୋଚା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା: ବାଂଲାଦେଶ-ମିଆଁମାର ଉପକୂଳରେ ତାଣ୍ଡବ ରଚୁଛି ବାତ୍ୟା
ନୂଆଦିଲ୍ଲୀ: ଆଜି ବାଂଲାଦେଶ ଓ ମିଆଁମାର ଉପକୂଳରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସାମୁଦ୍ରିକ ଝଡର ପିକ ଆୱାର ରହିବ ।
ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୮୦ ରହିଛି । ଅପରାହ୍ନ ୩ଟା ରେ ଏହା ଶୀଖର ବା ପିକ୍ ପଏଣ୍ଟରେ ରହିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୨୧୦ ରହିବ ବୋଲି ପୂର୍ବାନୁମାନ କରାଯାଉଚି । ପବନର ସର୍ବୋଚ୍ଚ ବେଗ ୨୪୦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ମିଆଁମାର ଉପକୂଳ ଅଞ୍ଚଳରେ ମୋଚା ପ୍ରଭାବରେ ପବନ ଓ ବର୍ଷା ଆରମ୍ଭ ହୋଇ ଗଲାଣି । ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ବାଂଲାଦେଶ ଓ ମିଆଁମାର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ମିଳିତ ଜାତିସଂଘର ଏଜେନ୍ସି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ସୂଚନା ଅନୁସାରେ ଏହି ସୁପର ସାଇକ୍ଲୋନନ୍ ଦୁଇ ଦେଶର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇବାର ସମ୍ଭାବନା ରହିଛି । ଉଭୟ ବାଂଲାଦେଶ ଏବଂ ମିଆଁମାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଶିବିରରେ ଆଶ୍ରୟ ଦିଆଯାଇଛି ।
ଭାରତ ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ମୋଚା ଆଜି ବାଂଲାଦେଶର କକ୍ସ ବଜାର ଏବଂ ଉତ୍ତର ମିଆଁମାରର କାୟୁକପିୟୁ ଦେଇ ଅତିକ୍ରମ କରିବ । ମିଆଁମାରର ପାଣିପାଗ ବିଭାଗ କହିଛି ଯେ ବାତ୍ୟା ମୋଚା ମିଆଁମାରର ରାଖାଇନ୍ ରାଜ୍ୟ ଉପକୂଳରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର କେନ୍ଦ୍ର ସିତ୍ୱେ ଟାଉନସିପ୍ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ମିଆଁମାରର ପାଣିପାଗ ବିଭାଗ କହିଛି।












Click it and Unblock the Notifications