ସୃଷ୍ଟି ହେଲା ବାତ୍ୟା 'ମୋକା', ଆଜି ରାତିରେ ନେବ ଭୀଷଣବାତ୍ୟା ରୂପ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋକା' । ବାତ୍ୟାର ରୂପ ନେଲା ସକ୍ରିୟ ଗଭୀର ଅବପାତ । ଗତ ୬ ଘଣ୍ଟାରେ ୮ କିମି ବେଗରେ ଗତି କରୁଛି ବାତ୍ୟା 'ମୋକା' । ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ 'ମୋକା' ।

 cyclone in odisha

୧୨ ତାରିଖ ସଂଧ୍ୟା ସୁଦ୍ଧା ଅତିଭୀଷଣ ବାତ୍ୟା ରୂପ ନେବା ନେଇ ରହିଛି ସମ୍ଭାବନା । ୧୩ ତାରିଖ ସଂଧ୍ୟା ବେଳକୁ ଏହା ଅଧିକ ଘନୀଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୪ ତାରିଖ ପୂର୍ବହ୍ନରେ ବାଂଲାଗେଶ ଓ ମିଆଁମାର ମଧ୍ୟରେ ଉପକୂଳ ଚୁଇଁବା ନେଇ ରହିଛି ସୂଚନା । ଲ୍ୟାଣ୍ତଫଲ ବେଳକୁ ପବନର ବେଗ ସର୍ବାଧିକ ୧୪୫ କିମି ରହିବ ।

ତେବେ ଏହି ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ସେହିପରି ୧୪ ତାରିଖ ସକାଳ ବେଳକୁ ଏହି ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର ପବନ ବହିବା ସହ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ବାଂଗଲାଦେଶ ଏବଂ ମିଆଁମାର ଦେଇ ଦକ୍ଷିଣପୂର୍ବ ବାଂଗଲାଦେଶ ଏବଂ ମିଆଁମାର ଉପକୂଳ ଦେଇ ଅତିକ୍ରମ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+