‘ମିଗ୍ଜୋମ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ: ବଢୁଛି ପବନର ବେଗ, ସ୍ଥିତି ଅସମ୍ଭାଳ
ଭୀଷଣ ବାତ୍ୟା 'ମିଗ୍ଜୋମ୍'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।
ଦକ୍ଷିଣ ଆନ୍ଧ୍ରର ବାପଟ୍ଲା ନିକଟରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି । ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ।
ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ମାଲକାନଗିରି , ଗଜପତି , ରାୟଗଡା , ଝାରସୁଗୁଡା ,ସମ୍ବଲପୁର ବର୍ଷା ହୋଇଛି। ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ହେବ । ଓଡିଶା ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ପବନ ରହିଛି । ଧୀରେ ଧୀରେ ବୃଦ୍ଧି ପାଇ ସର୍ବାଧିକ ୬୦ କିଲୋମିଟର ଘଂଟା ପ୍ରତି ରହିବ ।
ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚେନ୍ନାଇରେ ସ୍ଥିତି ଅସମ୍ଭାଳ । ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।












Click it and Unblock the Notifications