ସ୍ଥଳଭାଗ ଛୁଉଁଛି ବାତ୍ୟା 'ମିଗଜୋମ୍', ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର
Weather Update: ସ୍ଥଳଭାଗ ଛୁଉଁଛି ବାତ୍ୟା 'ମିଗଜୋମ୍'। ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ଲ୍ୟାଣ୍ତ ଫଲ୍ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ବାତ୍ୟା 'ମିଗଜୋମ୍' ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି । ବାପଟଲ ସମୁଦ୍ର ତଟ ଦେଇ ବତ୍ୟା ଅତିକ୍ରମ କରିଛି । ଯାହା ପୂର୍ବରୁ ପୁରା ଏରିଆଙ୍କୁ ଖାଲି କରାଯାଇଥିଲା ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପବନର ବେଗ କମିଛି ହେଲେ ଏବେ ବି ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ଯେଉଁଥି ପାଇଁ ଅନେକ ଲୋକ ଫସି ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବାତ୍ୟା 'ମିଗଜୋମ୍' ରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ୨୯ଟି ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ସୂଚନାଥାଉ ଯେ, ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା । ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ମାଲକାନଗିରି , ଗଜପତି , ରାୟଗଡା , ଝାରସୁଗୁଡା ,ସମ୍ବଲପୁର ବର୍ଷା ହୋଇଛି। ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ହେବ । ଓଡିଶା ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ପବନ ରହିଛି । ଧୀରେ ଧୀରେ ବୃଦ୍ଧି ପାଇ ସର୍ବାଧିକ ୬୦ କିଲୋମିଟର ଘଣ୍ଟା ପ୍ରତି ରହିବ ।
ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚେନ୍ନାଇରେ ସ୍ଥିତି ଅସମ୍ଭାଳ । ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।












Click it and Unblock the Notifications